ଗଜପତିରେ ୯୯ କରୋନା ସଂକ୍ରମଣଙ୍କ ମଧ୍ୟରୁ ୬୦ସୁସ୍ଥ ହୋଇ ଘରକୁ ଫେରିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ମୋଟ ୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୯୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫୬ ଜଣ ମହାରଷ୍ଟ୍ର ଫେରନ୍ତା,୧୫ଜଣ ଆନ୍ଧ୍ର ଫେରନ୍ତା,୪ଜଣ ତେଲେଙ୍ଗାନା ଫେରନ୍ତା,୨୦ ଜଣ ତାମିଲନାଡୁ ଫେରନ୍ତା,୨ଜଣ ଗୁଜୁରାଟ ଫେରନ୍ତା,ଜଣେ କେରଳ ଏବଂ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୯ଜଣ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ