ଗଜପତିର ଅବସରପ୍ରାପ୍ତ ଶିକ୍ଷକଙ୍କୁ କୋରାପୁଟରେ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନାଙ୍କୁ କୋରାପୁଟ ଜିଲାର ପଟାଙ୍ଗୀ ଠାରେ ସମ୍ମାନିତ କରାଯାଇଛି । ପଟାଙ୍ଗୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ ଦକ୍ଷ ଶିକ୍ଷକ ଏବଂ ଲେଖକ ତଥା କର୍ମଠ ବ୍ୟକ୍ତିତ୍ୱ ହୋଇଥିବା ଯୋଗୁଁ ତାଙ୍କୁ ସେଠାରେ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଶିକ୍ଷକ ଶ୍ରୀ ଜେନା ଅନେକ ସମ୍ବର୍ଦ୍ଧନାର ଅଧିକାରୀ ଏବଂ ସେ ରାଷ୍ଟ୍ରପତି, ରାଜ୍ୟପାଳ ଏପରି ବହୁ ପୁରସ୍କାର ପୂର୍ବରୁ ଗ୍ରହଣ କରିଛନ୍ତି । ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷକଙ୍କ ପ୍ରେରଣାରେ ଉତ୍ସାହିତ ହେବାପାଇଁ କୁହାଯିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଏକ ଜୀବନ୍ତ ଓ ଜଳନ୍ତ ଉଦାହରଣ ବୋଲି କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ