ଗଜପତିର ଆତରସିଂ ଗ୍ରାମରେ ପାଣି ପାଇଁ ଲୋକେ ଡହଳବିକଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏହି ଜିଲ୍ଲାର ନୂଆଗଡ଼ ବ୍ଲକର ଆତରସିଂ ଗ୍ରାମରେ ଉତ୍କଟ ଜଳାଭାଵ ଦେଖା ଦେଇଚି. ଗ୍ରାମରେ ଥିବା ସମସ୍ତ କୂଅ ପୋଖରୀ ଶୁଖି ଯାଇଛି. ମହିଳାମାନେ ଗ୍ରାମଠାରୁ କିଛି ଦୁରରେ ଥିବା ଝରଣା ଓ ସନ୍ତସନ୍ତିଆ ଜାଗାରୁ ପିଇବା ପାଣିକୁ ପାଦ ଚଲାରେ ଯାଇ ସଂଗ୍ରହ କରି ଆଣୁଥିବା ଦେଖା ଦେଇଚି. ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ଜଳ ସଙ୍କଟ ଏବେ ଉତ୍କଟ ହୋଇଛି। ବିଭିନ୍ନ ସ୍ଥାନରେ କୁଅ ପଖୋରି ଶୁଖି ଭୂମି ଦେଖା ଯାଉଛି। ଏବେ ଗାଁ ମାନଙ୍କରେ ଲୋକେ ପାଣି ପାଇଁ ନାହିନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାଜ୍ୟ ସରକାର ସହର, ଗ୍ରାମାଞ୍ଚଳ ହେଉ କିମ୍ବା ଦୂର୍ଗମ ଅଞ୍ଚଳ ମାନଙ୍କରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେତେକ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଠିକାଦାରଙ୍କ ଖାମଖିଆଲି ନିତି ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଲୋକେ ଯୋଜନାର ସଠିକ ଉପକାର ପାଇ ପାରୁନାହାନ୍ତି। ଠିକ୍ ସେହିଭଳି ବସୁଧା ଯୋଜନା ମାଧ୍ୟମରେ ଗାଁରେ ପାଇପ୍ ବିଛା ଯିବା ସହ କେତେକ ଘର ସମୁଖରେ ଟ୍ୟାପ୍ ଖଞ୍ଜା ଯାଇଛି ହେଲେ ତାହା ଲୋକଙ୍କ କାମରେ ଆସୁନାହିଁ। ଫଳରେ ଗ୍ରାମବାସୀ ଚୁଆ ପାଣିରେ ଶୋଷ ମେଣ୍ଟାଉ ଛନ୍ତି। ଏହି ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି।ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଅବସ୍ଥିତ ଥିବା ଆତରସିଂ ଗ୍ରାମରୁ ଏଭଳି ଅଭିଯୋଗ ହେଉଛି। ଗ୍ରାମରେ ଅନେକ ସମସ୍ୟା ମଧ୍ୟରୁ ମୁଖ୍ୟ ସମସ୍ୟା ହୋଇଛି ପାଣି। ସୂଚନା ଅନୁସାରେ ଏଠାରେ ପ୍ରାୟ ୨୦୦ ପରିବାର ଥିବାବେଳେ ୧୫୦୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଏହି ଗ୍ରାମରେ ବର୍ଷ ବର୍ଷ ଧରି ଲାଗି ରହୁଛି ପାନୀୟ ଜଳ ସମସ୍ୟା। ଲୋକେ ଚୁଆ ପାଣିରେ ସୋଷୋ ମେନ୍ତାଉଛନ୍ତି। ଏଠାରେ ୩ଟି ନଳକୂପ ଅଛି କିନ୍ତୁ କେଉଁଟି କଳଙ୍କି ପାଣି ବାହାରୁଛି ତ କେଉଁଠି ବିଳମ୍ବରେ ବାହାରୁଛି ହେଲେ ତାହା ସମଗ୍ର ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବାରେ ଅକ୍ଷମ ହେଉଛି। କୂଅ ଥାଇ ମଧ୍ୟ ତାହାବି ଶୁଖି ଯାଇଛି । ସରକାରଙ୍କ ଦ୍ଵାରା ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇବା ନିମନ୍ତେ କାର୍ଯ୍ୟ ହୋଇଛି। ସେଠାରେ କୌଣସି ସୂଚନା ଫଳକ ନଥିବାରୁ ତାହା କେବେ ଆରମ୍ଭ ହୋଇ କେବେ ଶେଷ ଏବଂ ଆଉ କେତେ ବ୍ୟୟ ଅଟକଳରେ ହେଉଛି ତାହାବି ସମସ୍ତଙ୍କୁ ଅଗୋଚର । ଗ୍ରାମର ଦଣ୍ଡ ମାନଙ୍କରେ ପାଇପ୍ ପୋତା ଯାଇ ପ୍ରତ୍ୟେକ ଘର ସମୁଖରେ ଷ୍ଟାଣ୍ଡ ପୋଷ୍ଟ ଖଞ୍ଜା ଯାଇଛି। ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଷ୍ଟାଣ୍ଡ ପୋଷ୍ଟ ଗୁଡି଼କ ଅନେକ ସ୍ଥାନରେ ଭାଙ୍ଗି ରୁଜି ଗଲାଣି। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଉଭୟଙ୍କ ମଧୁଚନ୍ଦ୍ରିକା ଯୋଗୁ ଦୀର୍ଘ ସମୟ ହେବ କାର୍ଯ୍ୟ ବନ୍ଦ ହୋଇ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରି ହେବାର ନା ଧରୁନି। ଗ୍ରାମର ମହିଳା ମାନେ ଗାଁ ଠାରୁ ଦୁରକୁ ଯାଇ ଝରଣାରୁ ଏବଂ ଏକ ଦୂଷିତ ବନ୍ଦ ମୁହାଣକୁ ଲାଗି ରହିଥିବା ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅ ରୁ ପାଣି ଆଣି ଥାନ୍ତି ।ସେହି ଦୂଷିତ ପାଣି ପିଇ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉ ଥିଲେ ମଧ୍ୟ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରି ପାନୀୟ ଜଳଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ କେହି ଇଛା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ। ଏ ସମସ୍ୟା ନେଇ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ କଣିଷ୍ଟ ଯନ୍ତ୍ରୀ(୧) ପ୍ରଭାକର ମୁନିଙ୍କୁ ଯୋଗାଯୋଗ କଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।