ଗଜପତିର କାଶୀନଗରରେ ୪ ଗୋଟି ଲକ୍ଷ୍ମୀ ବସ୍ ସେବା ଆରମ୍ଭ କଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗରରେ ୪ ଗୋଟି ଲକ୍ଷ୍ମୀ ବସ୍ ବିଭିନ୍ନ ଗ୍ରାମାଞ୍ଚଳକୁ ଯାତାୟାତ କରିଛି। ଏନେଇ ଗତକାଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଡିଓ କପିଳେଶ୍ବର ତାଣ୍ଡି, ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ବ୍ଲକ୍ ଅଧ୍ୟକ୍ଷା ବି.ସାୟାମା, ଜିଲ୍ଲା ପରିଷଦ ଜୋନ ସଭ୍ୟାଆର୍.ରାଜ୍ୟଲକ୍ଷ୍ମୀ, ଏନ୍ଏସି ଉପାଧ୍ୟକ୍ଷ ରଘୁରାମ ସାହୁ, କାଉନସିଲର କେ.ରାମାରାଓ, କାଶୀନଗର ନାଗରିକ ମହାସଭା ସଭାପତି ପ୍ରଶାନ୍ତ ମିଶ୍ର, ସହକାରୀ ନିର୍ବାହୀଯନ୍ତ୍ରୀ ନାରାୟଣ ପାଢ଼ୀ, ବଂଶଧାରା ପାଠାଗାର ସଭାପତି ହୃଷୀକେଶ ଗୌଡ଼ଙ୍କ ସମେତ ଜନପ୍ରତିନିଧି ଉପସ୍ଥିତ ଥିଲେ। ଥାନାଧିକାରୀ ଗୋବିନ୍ଦ ଗୌଡ଼ ପୂଜାର୍ଚ୍ଚନାର ନେତୃତ୍ଵ ନେଇଥିଲେ । ଏହାପରେ ବସ ଗୁଡିକ ଯାତ୍ରାଆରମ୍ଭ କରିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ