ଗଜପତିର ଗୁରାଣ୍ଡି-ଆଡ଼ବା ରାସ୍ତା ଖାଲଖମା ଯୋଗୁଁ ମରଣଯନ୍ତା ପାଲଟିଛି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁରାଣ୍ଡି-ଆଡ଼ବା ପୂର୍ତ୍ତ ବିଭାଗ ରାସ୍ତାଟି ଅତ୍ୟନ୍ତ ଖାଲଖମା ଯୋଗୁଁ ମରଣାଯନ୍ତା ପାଲଟିଛି. ଏଠାରେ ସୂଚନାଯୋଗ୍ୟଯେ, ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ତାଟିପେଟି ପଞ୍ଚାୟତର ଆଡ଼ବା ଠାରୁ ଗୋଲାଗାଁ ଦେଇ ଗୁରାଣ୍ଡି ଯାଏଁ ଥିବା ପୂର୍ତ୍ତବିଭାଗ ରାସ୍ତାର କାମ ସରିବ କେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତ, ଅଡ଼ବା ଠାରୁ ଗୋଲାଗାଁ ଯାଏଁ ଥିବା ରାସ୍ତାକୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପିଚୁ କରାଗଲା। କିନ୍ତୁ, ଗୋଲାଗାଁ ଠାରୁ ଗୁରାଣ୍ଡି ଯାଏଁ ଅବଶିଷ୍ଟ ରାସ୍ତାକୁ କାମ ନ କରି ଛାଡ଼ି ଦିଆଗଲା, ରାସ୍ତା ସାରା ଖାଲଖମାରେ ଭରି ରହିଥିଲେହେଁ ଆଜି ଯାଏଁ ମରାମତି ସହ ପିଚୁ ନ କରାଯିବା ଫଳରେ ଲୋକେ ଚଳପ୍ରଚଳ ବେଳେ ଅସୁବିଧାର ସମ୍ମୁଖୀନ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ମରଣାଯନ୍ତା ରାସ୍ତାକୁ ଅତି ତୁରନ୍ତ ନିର୍ମାଣ କରାନଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ କହିଛନ୍ତି. ରାସ୍ତାଟି ଗୁରାଣ୍ଡି, ତାଟିପେଟି, ଘୋରଣୀ ପଞ୍ଚାୟତ ସଦରମହକୁମା ସହ କୃଷ୍ଣ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ବହୁ ସଂଖ୍ୟରେ ଜନସାଧାରଣ, ସ୍କୁଲ ଛାତ୍ରଛାତ୍ରୀ ଗୁରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଓ ସମ୍ପର୍କୀୟ ଯିବା ଆସିବା କରୁଛନ୍ତି। ଖାଲଖମାପୁର୍ଣ ରାସ୍ତା ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ପ୍ରତେକ ଦିନ ଲୋକେ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଛନ୍ତି. ତୁରନ୍ତ ବଳକା ରାସ୍ତାର ପିଚୁକାମ ସାରି ଜନସାଧାରଣଙ୍କୁ ସୁରକ୍ଷିତ ଚଳପ୍ରଚଳ ହେବାରେ ସହଯୋଗ କରନ୍ତୁ ବୋଲି ଗୁରାଣ୍ଡିବାସିନ୍ଦା ପ୍ରଶାସନକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ