ଗଜପତିର ନୂଆଗଡରେ ଋଷିଶୃଙ୍ଗ ମହୋତ୍ସବ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମାସ୍ଥିତ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ ଗଜପତି ଉତ୍ସବ ତଥା ଋଷିଶୃଙ୍ଗ ମହୋତ୍ସବ ଉଦଯାପିତ ହୋଇଛି। ଏହି ମହୋତ୍ସବ ଦୁଇଦିନ ଧରି ଅନଷ୍ଠିତ ହୋଇଥିଲା। ଉଦଯାପନ ଉତ୍ସବରେ ମୁଖ୍ୟଅତିଥ୍ ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣନିଧୂ ନାୟକ, ସମ୍ମାନିତ ଅତିଥ୍ ଭାବେ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ଯକ୍ଷ ନିହିମୀୟ ରଇତ, ବିଡିଓ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ସ୍ଥାନୀୟ ସରପଞ୍ଚ ସରୋଜିନୀ ରଇତ, ସମିତିସଭ୍ୟ ସଚିତା ଭୂୟାଁ ମଞ୍ଚାସୀନ ଥିଲେ । ଅତିଥ୍ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ବ୍ଲକର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧୂଙ୍କୁ ସମ୍ମାନିତ କରାଯିବା ସହ ସରକାରୀ ବିଭିନ୍ନ ବିଭାଗ, ଅନୁଷ୍ଠାନ, ସ୍ଵେଚ୍ଛାସେବୀ ସଙ୍ଗଠନ, କେତେକ ବ୍ୟକ୍ତି ବିଶେଷଙ୍କୁ ଅତିଥ୍ଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା I ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ହାସ୍ୟ କଳାକାର ଆନା କମେଡି ମଧୁ ସୁଦନ ମିଶ୍ର ଓ ପ୍ରୀତିରଞ୍ଜନ ପ୍ରଧାନ ଯୋଗଦାନ କରି ଦର୍ଶକଙ୍କୁ ହସାଇଥିଲେ। ତତସହ ସ୍ଥାନୀୟ ଗ୍ରାମାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟଗୀତ ପରିବେଷଣ କରାଯାଇଥିଲା | ଏହି କାର୍ଯ୍ୟ କ୍ରାମାକୁ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତିସଭ୍ୟ, ପିଆରଆଇ ସଭ୍ୟ ସହଯୋଗ କରିଥିଲେ।


