ଗଜପତିର ନୂଆଗଡ଼ରେ ପୋଲିସର ଫ୍ଲାଗ ମାର୍ଚ୍ଚ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ସାଧାରଣ ନିର୍ବାଚନ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ନୂଆଗଡ ବ୍ଲକର ସମସ୍ତ ଭୋଟର ନିଜ ନିଜ ମତଦାନକୁ ଶାନ୍ତି ଶୃଙ୍ଖଳା ସହିତ ମତ ଦେବା ନିମନ୍ତେ ଏବଂ ନିର୍ବାଚନକୁ ନେଇ କୌଣସି ବିଶୃଙ୍ଖଳା ନ କରିବାକୁ ସଚେତନତା କରାଯାଇବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସଡିପିଓ) ମାଧବ ନନ୍ଦ ନାୟକଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଖଜୁରୀପଦା ବଜାର ଦେଇ ଭ୍ରମରପୁର ଗ୍ରାମ ହୋଇ ନୂଆଗଡ଼ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ। ଏଥିରେ ପୋଲିସ ରିଜର୍ଭ ଇନ୍ସପେକ୍ଟର (ଆରଆଇ) ନିରଂଜନ ନାୟକ, ସେରଙ୍ଗ ଥାନା ଅଧିକାରୀ ନଳିନୀ କୁମାରୀ କହଁର, ଖଜୁରୀପଦା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଜାଗାରାଙ୍ଗା ସମେତ ଆଇଆରବି ବାଟାଲିୟନ, ଥାର୍ଡ ଏସଏସବିଏନ ଯବାନ ମାନେ ଉପସ୍ଥିତ ରହି ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ