ଗଜପତିର ବସ୍ତିଗୁଡାରେ ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଆର, ଉଦୟଗିରି ବ୍ଲକ ବସ୍ତିଗୁଡା ପଂଚାୟତ ପଂଚାୟତ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ରେ ମୋଟ ୪୦ ଗୋଟି ଅଭିଯୋଗ ଆସିଥିଲା.ସେଥ୍ ମଧ୍ୟରୁ ୨୯ ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୦ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ମଧ୍ଯରୁ ୬ ଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେଥୁମଧ୍ୟରୁ ୪ ଜଣ ୧୫୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥକ ସହାୟତା ଆର୍ଥକ ସହାୟତା ପ୍ରଦାନ କରିଥିଲେ । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସନ୍ ଧାନ ଚାଷ ରେ ବର୍ଷା ଜନିତ କ୍ଷୟକ୍ଷତି, କାର୍ଡ ସମସ୍ୟା, ଭତା, ପାନୀୟ ଜଳ ଯୋଗାଣ ଆଦି ପ୍ରମୁଖ ରହିଥୁଲା I ଆର, ଉଦୟଗିରି ଗ୍ରାମର ବସଷ୍ଟାଣ୍ଡ ନିର୍ମାଣ ଦୋ ଦୋକାନ ହୋଇଛି ଆବଂଟନ ଅନିୟମିତା ହୋଇ ଏହାକୁ ରୁଦ୍ କରି ଲଟେରି ମାଧ୍ଯମରେ ଦୋକାନ ଘର ବାଂଟିବା ନଇ ସ୍ଥାନୀୟ ଯୁବକ ସଂଘ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଭିଯୋଗ ଶୁଣାଣି ରେ ଗଜପତି ରୁ ଏଡିଏମ୍ ବିରେନ୍ଦ୍ର ଦାସ, ବିଢିଓ ଲରିମନ ଖସେଲ, ତହସିଲିଦାର ୟୋତ୍ରି ମୟ ଦାସ ଏବଂ ସମସ୍ତ ବିଭାଗୀୟ ଅଧୁକାରୀ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ପରେ ବାହାହୋଇଥିବା ବିଭାଗ ଷଲ ବୁଲି ବୁଲି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ