ଗଜପତିର ମଣ୍ଡଳସାହି ଛକ ଦୀର୍ଘ ଦିନ ହେଲା ଅନ୍ଧକାରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଡମ୍ବାଳ ପଞ୍ଚାୟତର ମଣ୍ଡଳସାହି ଛକରେ ଆଜିକୁ ବହୁଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବାରୁ ଅନ୍ଧକାର ହୋଇ ରହିଛି । । ଲାଇଟ୍ ନ ଜଳିବା କାରଣରୁ ଘନ ଅନ୍ଧକାର ଯୋଗୁଁ ବିଗତ ଦିନରେ ଅନେକ ଦୋକାନରୁ ଜିନିଷ ଚୋରୀ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ରାତିରେ ଯାତାୟତ କରିବାକୁ ଅଞ୍ଚଳବାସୀ ସୁରକ୍ଷା ମନେ କରୁନାହାଁନ୍ତି । ତେଣୁ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ପାଇଁ ଦାବି ହୋଇଛି ।