ଗଜପତିର ମାର୍ଲବା ଘାଟି ରାସ୍ତାରେ ପାହାଡ ଧସୁଛି ,ବିପଦ ସଙ୍କୁଳ ଅବସ୍ଥାରେ ୩୨୬ଏ ଜାତୀୟ ରାଜପଥ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) ଜାତୀୟ ରାଜପଥ ୩୨୬ ଏର ରାସ୍ତାଟି ଓଡିଶାର ମୋହନା ଠାରୁ ଆନ୍ଧ୍ରର ନାରସନାପେଟା ପର୍ଯ୍ୟନ୍ତ ରହିଛି । ଏହି ରାଜପଥର ଗଜପତି ଜିଲ୍ଲା ମାର୍ଲବା ଘାଟି ରାସ୍ତାରେ ପାହାଡରୁ ଗଛ କାଟିବା ବିଭିନ୍ନ ପଥର ଉତ୍ତୋଲନ କରିବା ଆଦି ଯୋଗୁଁ ପାହାଡ ଧସିବାରେ ଲାଗିଛି । ବୁଲାଣିଆ ପାହାଡର ଉଚ୍ଚ ଅଞ୍ଚଳରେ ଥିବା ମାର୍ଲବା ଘାଟି ଏଥିଯୋଗୁଁ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରଶାସନ ଓ ସରକାର ଏହାର ତୁରନ୍ତ ପ୍ରତିକାର ନକଲେ ପରିସ୍ଥିତି ଉଦ୍ବେଗ ଜନକ ହେବା ସମ୍ଭାବନା ରହିଛି । ଗତ କିଛି ବର୍ଷ ହେବ ଲଗାତର ବର୍ଷା,ବିଭିନ୍ନ ଗଛକାଟିବା ଏବଂ ପାହାଡରୁ ପଥର ଉତ୍ତୋଲନ କରିବା ଆଦି ଯୋଗୁଁ ପାହାଡ ଧସିବାରେ ଲାଗିଛ । ଏହି ଘାଟିର ଗୋଟିଏ ପାଶ୍ୱର୍ରେ ପାହାଡରୁ ମାଟି ଅତଡା ଖସିବା ଆରମ୍ଭ ହୋଇଛି । ଏହା ଦ୍ୱାରା କେତେକ ଗର୍ତ୍ତ ସୃଷ୍ଟି ହୋଇଛି । ଦିନକୁଦିନ ଏହି ଗର୍ତ୍ତ ବଢିବାରେ ଲାଗିଛି । ଏହାଦ୍ୱାରା ଘଟି ରାସ୍ତା ପ୍ରତି ବିପଦ ଦିନକୁ ଦିନ ବଢି ଚାଲିଛି । ଗଜପତି ଜିଲାର ମାର୍ଲବା ଘାଟି ରାସ୍ତା ଗଜପତି ଜିଲ୍ଲାର ଏକ ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତାଦେଇ ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ରାୟଗଡବ୍ଲକଦେଇ ନୂଆଗଡବ୍ଲକ, ଆର୍.ଉଦୟଗିରି ବ୍ଲକ, ମୋହନା ବ୍ଲକ ଆଦି ଅଞ୍ଚଳ ସମେତ ବ୍ରହ୍ମପୁର, ବାଲୁଗାଁ, ଭୁବନେଶ୍ୱର, କଟକ ଓ ପୁରୀ ଇତ୍ୟାଦି ପ୍ରମୁଖ ସ୍ଥାନକୁ ଯାତ୍ରୀବାହୀ ବସ୍ ସହ ଟ୍ରକ,ଟ୍ୟାଙ୍କର ଆଦି ଶହଶହ ଯାନବାହାନ ଏହି ରାସ୍ତାଦେଇ ଯିବା ଆସିବା କରିଥାଏ । ମାର୍ଲବା ଘାଟି ରାସ୍ତାଟି ବୁଲାଣିଆ ଓ ବିପଦ ପୂର୍ଣ୍ଣ ଉଚ୍ଚରେ ଥିବା ବେଳେ ପାହାଡ ଧସି ଗୋଟିଏ ପଟ ଗର୍ତ୍ତ ସୃଷ୍ଟି ହୋଇ ମହା ବିପତ୍ତି ସୃଷ୍ଟି ହେବାକୁ ଯାଉଛି । ପ୍ରତ୍ୟେକ ଦିନ ବିପଦ ପୂର୍ଣ୍ଣ ବୁଲାଣିଆ ମାର୍ଲବା ଘାଟିରାସ୍ତାରେ ଛୋଟ ବଡ ଦୁର୍ଘଟଣା ଲାଗି ରହୁଛି । ଏଥି ପ୍ରତି ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।