ଗଜପତିର ୫ଟି ଅଞ୍ଚଳରେ ଆନ୍ଧ୍ର-ଓଡିଶା ସୀମାନ୍ତକୁ ସିଲ୍ ତନଖି ବେଳେ ୯ କୋଏମ୍ବାଟୁର ଫେରନ୍ତା ଅଟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଜିଲ୍ଲାର ୫ଗୋଟି ଅଞ୍ଚଳରେ ଥିବା ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳକୁ ଆଜି ଠାରୁ ପୋଲିସ ସିଲ୍ କରିବା ସହ ସୀମାନ୍ତରେ ୨୪ଘଣ୍ଟାଆ ତନଖି ବ୍ୟବସ୍ଥାକୁ କଡାକଡି କରାଯାଇଛି । ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୧କିମି ଦୁରରେ ଆନ୍ଧ୍ରକୁ ସଂଯୋଗ କରୁଥିବା ମହେନ୍ଦ୍ରତନୟା ନଦୀର ବ୍ରିଜରେ ଆଜି ଗଜପତି ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ଆନ୍ଧ୍ର-ଓଡିଶା ସୀମାକୁ ସିଲ୍ କରି ତନଖି ଚାଲୁଥିବା ବେଳେ ଆନ୍ଧ୍ର ପଟରୁ ଆସୁଥିବା ୯ଜଣ କୋଏମ୍ବାଟୁର ଫେରନ୍ତାଙ୍କୁ ଅଟକ ରଖାଯାଇଛି । ଏସପି ସାରା ଶର୍ମା କହିଛନ୍ତି,ଏହି ୯ଜଣଙ୍କ ମଧ୍ୟରୁ ୩ଜଣ ଗଜପତି ଜିଲ୍ଲାର ଏବଂ ଅନ୍ୟ ୬ଜଣ ଗୁଣପୁର ଅଞ୍ଚଳର ଅଟନ୍ତି । ଏମାନେ କୋଏମ୍ବାଟୁରରେ ରହୁଥିଲେ । ନିଜ ଘରକୁ ଏମାନେ ବର୍ତ୍ତମାନ ଫେରୁଛନ୍ତି । ଅନ୍ଧ୍ରର ପୁରୁଣାପାଟଣା ସୀମା ଦେଇ ପାରଳାଖେମୁଣ୍ଡି ସହରକୁ ଏମାନେ ପ୍ରବେଶ କରୁଥିବା ବେଳେ ପ୍ରାଥମିକ ତଦନ୍ତରୁ କୋଏମ୍ବାଟୁରରୁ ଫେରୁଥିବା ସୁଚନା ମିଳିଥିଲା ।୯ଜଣଙ୍କୁ ଅଟକାଇ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଘରକୁ ପଠାଯିବ । ସରକାରଙ୍କ ନିର୍ଦ୍ଧେଶ କ୍ରମେ ଅନ୍ତଃରାଜ୍ୟ ବସ୍ ଓ ବିଭିନ୍ନ ଯାନବାହନ ଚଳାଚଳ ବନ୍ଦ ପାଇଁ ଗଜପତି ଜିଲ୍ଲାରେ ପୋଲିସ ପାରଳାଖେମୁଣ୍ଡିର ମହେନ୍ଦ୍ରତନୟା ନଦୀ ବ୍ରିଜ ଅଞ୍ଚଳ ସହ ଗୋଷାଣୀ ବ୍ଲକର ଗୁରାଣ୍ଡି ଅଞ୍ଚଳରେ ୨ଗୋଟି,କାଶୀନଗର ଅଞ୍ଚଳରେ ୧ଗୋଟି ଏବଂ ଢାମଣିଗାଁ ଛକ ଠାରେ ୧ ଗୋଟି ମୋଟ ୫ଗୋଟି ଆନ୍ଧ୍ର-ଓଡିଶା ସୀମାକୁ ସିଲ୍ କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ପୋଲିସ ୨୪ଘଣ୍ଟା ସଜାଗ ରହିବା ବ୍ୟବସ୍ଥା କରାଯାଇଛି । ସେପରି ଅବଶ୍ୟକ ଜରୁରୀ କାର୍ଯ୍ୟ ନ ଥିଲେ ଓଡିଶାରୁ ଆନ୍ଧ୍ରକୁ କିମ୍ବା ଆନ୍ଧ୍ରରୁ ଓଡିଶାକୁ କାହାକୁ ଛଡାଜିବ ନାହିଁ । ଠିକ୍ ଏହିପରି ଭାବେ ଆନ୍ଧ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ମହେନ୍ଦ୍ରତନୟା ନଦୀ ବ୍ରିଜର ଆନ୍ଧ୍ର ସୀମାକୁ ମଧ୍ୟ ଆନ୍ଧ୍ରର ପୁରୁଣାପାଟଣା ପୋଲିସ ସିଲ୍ କରି ଗଜପତି ଜିଲ୍ଲା ଭଳ୍ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ