ଗଜପତି:୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ପାଇଁ ନୂଆ ନିୟମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାପାଳ ଅନୁପମ ସାହା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଜିଲ୍ଲାରେ ଲାଗୁ କରିବା ସହ ନୂତନ ଗାଇଡ୍‌ଲାଇନ୍ ପାଇଁ ଏକ ଭିଡିଓ ବାର୍ତ୍ତା ଦ୍ୱାରା ନୁଆ ନିୟମର ସୁଚନା ଦେଇଛନ୍ତି । ଏଥିରେ ସକାଳ ୭ରୁ ସକାଳ୧୧ଘଣ୍ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ଘଣ୍ଟାରୁ ସନ୍ଧ୍ୟା ୭ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଆଦି ଖୋଲାଯିବ । ଏଥି ପୁର୍ବରୁ ସକାଳ ୬ରୁ ସକାଳ୧୦ଘଣ୍ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୫ଘଣ୍ଟାରୁ ସନ୍ଧ୍ୟା ୭ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଆଦି ଖୋଲାଯାଉଥିଲା । ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ହେଲେ ସାମାଜିକ ଦୂରତା ରକ୍ଷା କରିବା ସହ ଜିଲ୍ଲାପାଳ ସମସ୍ତଙ୍କୁ ମାସ୍କ ପରିଧାନ କରିବା, ବାରମ୍ବାର ହାତ ସଫେଇ କରିବା ପାଇଁ ଏହି ଭିଡିଓ ବାର୍ତ୍ତାରେ ଅନୁରୋଧ କରିଛନ୍ତି । କୌଣସି ସୁଇମିଂପୁଲ୍‌, ପାର୍ଲର, ମଲ୍‌, ସିନେମାହଲ ଏବଂ ହୋଟେଲ ଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ । ତେବେ କୌଣସି ରେଷ୍ଟୁରାଣ୍ଟରୁ କେହି ଖାଦ୍ୟପଦାର୍ଥ ବସିକି ଖାଇପାରିବେ ନାହିଁ କିନ୍ତୁ ପାର୍ସଲ ନେଇପାରିବେ ବୋଲି ଅନୁମତି ଦିଆଯାଇଛି । ସେହିପରି ସମସ୍ତ ସ୍କୁଲ, କଲେଜ ଏବଂ ପରୀକ୍ଷଣ କେନ୍ଦ୍ର ବନ୍ଦ ରଖିବାପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ