ଗଜପତି: ଆଜି ପୁଣି ୩୫ ପଜିଟିଭ୍ ଚିହ୍ନଟ,ସଂଖ୍ୟା୧୯୦୩ରେ ପହଞ୍ଚିଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ବଢି ଚାଲିଛି । ବର୍ତ୍ତମାନ ଗଜପତି ଜିଲ୍ଲା କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩୫ ଜଣକୁ ମିଶାଇ ସଂଖ୍ୟା ୧୯୦୩ରେ ପହଞ୍ଚିଛି । ଆଜିର ଏହି ୩୫ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୨ଜଣ,ଗୁମ୍ମା ବ୍ଲକର ୮ଜଣ,ଗୋଷାଣୀ ବ୍ଲକର ୮ଜଣ,ମୋହନା ବ୍ଲକର ୨ଜଣ,ନୁଆଗଡ ବ୍ଲକରୁ ୪ଜଣ,କାଶୀନଗର ବ୍ଲକରୁ ଜଣେ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ,ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୩୧ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଏହି ସମସ୍ତ ସୁଚନା ଦେବା ସହ ସମସ୍ତେ କରୋନା ପାଇଁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯେ କୌଣସି କରୋନା ଜନିତ ତଥ୍ୟ ମିଳିଲେ ପ୍ରଶାସନକୁ ତୁରନ୍ତ ସୁଚନା ଦେବାକୁ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ