ଗଜପତି : ଆଜି ପୁଣି ୩ ପଜିଟିଭ ଚିହ୍ନଟ

୩ଦିନରେ ୯ ସଂକ୍ରମିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାକୁ ପୁଣି ଫେରିଲା କରୋନା ସଂକ୍ରମଣ । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ପୁଣି ୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୩ ଜଣଙ୍କୁ ମିଶାଇ ଗଜପତି ଜିଲ୍ଲାରେ ମୋଟ ୪୦୯୭ ଜଣ କରୋନାରେ ଆକ୍ରନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଗତ ୩ଦିନ ମଧ୍ୟରେ କରୋନାର ଦ୍ୱିତୀୟ ଲହରୀରେ ମୋଟ ୯ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ୯ଜଣ କେବଳ ପାରଳାଖେମୁଣ୍ଡି ସହରର ଅଟନ୍ତି । ଚିହ୍ନଟ ସମସ୍ତ ୯ ପଜିଟିଭମାନେ ନିଜ ନିଜ ଘରେ ହୋମ ଆଇସୋଲେସନ ଭାବେ ରହି ଚିକିତ୍ସିତ ହେଉଛନ୍ତି । ଏମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟେକଙ୍କୁ ଦୁଇ ଓଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ