ଗଜପତି ଆପ ପକ୍ଷରୁ ଆଣ୍ଟିଯେନ ଯାଞ୍ଚ ଆରମ୍ଭ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ଆଣ୍ଟିଯେନ ଯାଞ୍ଚ କାର୍ଯକ୍ରମ ଆରମ୍ଭ ହୋଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ଓମଶାନ୍ତି କୋଲୋନୀ ଓ କୋର୍ଟ ଛକ ଅଞ୍ଚଳରେ ପ୍ରାୟ ୧୦୦ଜଣ ଲୋକଙ୍କୁ  ଆଣ୍ଟିଯେନ ଟେଷ୍ଟ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଆବାହକ ଶିସିର କୁମାର ଭଞ୍ଜସାମନ୍ତ ଏକଜୁଟ ହୋଇ କରୋନାର ମୁକାବିଲା କରିବା ସହ କରୋନା ବିରୋଧି ଲଢେଇରେ ସମସ୍ତେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ସଦସ୍ୟ ଲୋକନାଥ ଭୁକ୍ତା,ତ୍ରିନାଥ ପଟ୍ଟନାୟକ,ଏସକେ.ମୋଜିବ,ଅମରେଶ ଶତପଥୀ,ଲାଗୋସ ଦାସ ବର୍ଦ୍ଦନ ପ୍ରମୁଖ ଯୋଗଦେଇ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ