ଗଜପତି ଆସିବେ କେନ୍ଦ୍ରମନ୍ତ୍ରୀ ବୀଶ୍ୱେଶ୍ୱର ଟୁଡୁ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶବରପଲ୍ଲୀ ଗାଁ ଶବରସମାଜ କଲ୍ୟାଣ ସମିତି ସଂସ୍କୃତି ଭବନ ଠାରେ ଶବରସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।ନୂଆଁଗଡ ବ୍ଲକ ଏନ୍.ଝାଲାରସିଂ ଗାଁରେ ଶବର ସମାଜ ପ୍ରତିଷ୍ଠାତା ପୂଜନୀୟ ସ୍ୱର୍ଗତ ପ୍ରଧାନୀ ଗମାଙ୍ଗଙ୍କ ସ୍ମୃତି ଉଦେଶ୍ୟ ରେ ସ୍ମୃତି ମନ୍ଦିର ନିର୍ମାଣ ସହ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।ଭବ୍ୟ ସ୍ମୃତି ମନ୍ଦିର ର ପ୍ରତିଷ୍ଠା ଓ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯିବ । ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଏନ୍ ଝାଲାରସିଂ ଗାଁରେ ୨୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ଜନସମାବେଶ ହେବ । ସମାଜର ମଙ୍ଗଳ ଉଦ୍ଦେଶ୍ୟ ରେ ଘୃତଯଜ୍ଞ, , ନାମଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହେବ ।ଏହି କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ ମାନ୍ୟବର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବୀଶ୍ୱେଶ୍ୱର ଟୁଡୁ, ମୋହନା ବିଧାୟକ ଦାସରଥୀ ଗମାଙ୍ଗ,ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଙ୍କ ସମେତ ଅନେକ ସମାଜ ସେବୀ ଯୋଗ ଦେବେ ବୋଲି ଶବରସମାଜ କଲ୍ୟାଣ ସମିତିର ସର୍ବୋଚ୍ଚ କାର୍ଯ୍ୟକାରୀ ସଭାପତି ତ୍ରୀନାଥ ଶବର ଓ ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ପାଇଁ ଏନ.ଝାଲାରସିଂ ଓ ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ଥିବା ମଧ୍ୟ କହିଛନ୍ତି ଉଭୟ କର୍ମକର୍ତ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ