ଗଜପତି ଉତ୍ସବ ପାଳନ ପାଇଁ ମହେନ୍ଦ୍ରଗିରିରୁ ଆସିଲା ଜ୍ୟୋତି

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ଆସନ୍ତା ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବାକୁଥିବା ଜିଲାସ୍ତରୀୟ ଗଜପତି ଉତ୍ସବ ପାଳନ ପାଇଁ ଜ୍ୟୋତି ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରୁ ଆସିଲା । ଗତକାଲି ଗଣେଶ ରାଜୁ, ବାସୁଦେବ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଏକ ଟିମ୍ ମହେନ୍ଦ୍ରଗିରି ଜ୍ୟୋତି ଅଣିବା ପାଇଁ ଯାଇଥିଲେ । ସେଠାରେ ସେମାନେ ରାତ୍ର ଯାପନ କରି ଭୋର ସକାଳୁ ଉଠି ପୁଜାର୍ଚ୍ଚନା କରି ଏକ ମଶାଲ ଦ୍ୱାରା ଜ୍ୟୋତିକୁ ଧରି ବାହାରିଥିଲେ । ମହେନ୍ଦ୍ରଗିରି ପାଦଦେଶ ଠାରୁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ଅଞ୍ଚଳବାସୀ,ସରକାରୀ ଅଧିକାରୀ ରାଜନେତା ପ୍ରମୁଖ ରାସ୍ତାରେ ଜ୍ୟୋତିକୁ ଶଙ୍ଖ ଓ ହୁଳହୁଳି,ବିଭିନ୍ନ ବାଦ୍ୟ,ଫୁଲ ଦୀପ ଆଦି ଦ୍ୱାରା ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ଭକ୍ତିପୁତ ଭାବେ ସ୍ୱାଗତ ଜଣାଇଥିଲେ । ପାରଳାଖେମୁଣ୍ଡି ସହର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନଚନ୍ଦ୍ର ଭଞ୍ଜଦେବ,ଆଇଟିଡିଏ ପ୍ରଶାସକ ସରୋଜ ବେହେରା,ଡିସିପିଓ ଅରୁଣ କୁମାର ତ୍ରୀପାଠୀ,ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ,କ୍ରୀଡାଧିକାରୀ ପ୍ରଭାକର ତ୍ରୀପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ବହୁ ଶରକାରୀ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଗଜପତି ଉତ୍ସବ ଜ୍ୟୋତିକୁ ସ୍ୱାଗତ କରି ସହର ମଧ୍ୟକୁ ସ୍ୱାଗତ କରି ପାଛୋଟି ନେଇଥିଲେ । ଜ୍ୟୋତିକୁ ପାରଳା ସହର ପରିକ୍ରମା କରାଯିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜ୍ୟୋତିକୁ ସ୍ଥାପନ କରାଯାଇଛି । ଏଠାରୁ ଜିଲ୍ଲାର ସମସ୍ତ ବ୍ଲକ ପଞ୍ଚାୟତ ଆଦି ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ପାଇଁ ଜ୍ୟୋତି ନିଆଯାଉଛି । ପରିଶେଷରେ ଆଗାମୀ ୧୦ତାରିଖ ଦିନ ଜିଲାସ୍ତରୀୟ ଗଜପତି ଉତ୍ସବ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିଅମ୍‌କୁ ମଶାଲ ଦ୍ୱାରା ଜ୍ୟୋତିକୁ ନିଆଯାଇ ଉତ୍ସବ ଶେଷ ପର୍ଯ୍ୟନ୍ତ ରଖାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ