ଗଜପତି ଏଡିଏମ ରାଜେନ୍ଦ୍ର ମିଞ୍ଜ କାର ଦୁର୍ଘଟଣାରେ ଆହତ, ଏମକେସିଜିରେ ଭର୍ତ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କାର ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି. ଗତକାଲି ରାତ୍ର ସମୟରେ ସେ ପାରଳାଖେମୁଣ୍ଡି ଠାରୁ ନିଜ କାର ଯୋଗେ ତାଙ୍କ ନିଜସ୍ୱ ବ୍ରହ୍ମପୁର ଘରକୁ ଫେରୁଥିବା ବେଳେ କାରଟି ଆନ୍ଧ୍ରର କାଞ୍ଚିଲି ଗ୍ରାମ ଠାରେ ଭରସାମ୍ୟ ହରାଇ ଦିଭାଇଡରରେ ଉପରେ ଚଢି ଯିବା ଫଳରେ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖବରା ଓ ଆହତ ହୋଇଥିବା ସୂଚନା ମିଳିଛି. ଏଥିରେ କାରଟି ମଧ୍ୟ ନଷ୍ଟ ହୋଇଛି. ଗଜପତି ଜିଲ୍ଲାପାଳ କୌଣସି ପ୍ରକାରେ ଖବରପାଇ ଘଟଣା ସ୍ଥଳକୁ ଜଣେ କର୍ମଚାରୀଙ୍କୁ ପଠାଇ ଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସରେ ପ୍ରଥମେ ଆନ୍ଧ୍ରର ଇଚ୍ଛାପୁର ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠା ଯାଇଥିଲା. ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି


