ଗଜପତି ଏସପିଙ୍କ ଏତ ଭିନ୍ନ ଟ୍ରାଫିକ ସଚେତନତାହେଲମଟ ପିନ୍ଧାଳିଙ୍କୁ ଉପହାର, ଅମାନ୍ୟଙ୍କୁ କଲରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଥାନା ଛକ ଠାରେ ଜିଲା ପୋଲିସ ପକ୍ଷରୁ ଟ୍ରାଫିକ ନିୟମକୁ ନେଇ ଅଭିନବ ଉପାୟରେ ଲୋକମାନଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ହେଲମେଟ ପରିଧାନ ନକରି ଯେଉଁ ବାଇକ ଚାଳକମାନେ ଯାତ୍ରା କରୁଥିଲେ ସେମାନଙ୍କୁ ପୋଲିସ ପକ୍ଷରୁ ହେଲମେଟ ପରିଧାନ ପାଇଁ ସଚେତନ କରାଯିବା ସହ ସୁଲଭ ମୂଲ୍ୟରେ ସେହି ସ୍ଥାନରେହିଁ ହେଲମେଟ ଯୋଗାଇ ଦିଆଯାଇଥିଲା । ସେହିପରି ଭାବେ ଯେଉଁ ଚାଳକମାନେ ହେଲମେଟ ପିନ୍ଧିଥିଲେ ସେମାନଙ୍କୁ ଜିଲା ପୋଲିସ ପକ୍ଷରୁ ଚକଲେଟ ଉପହାର ସ୍ୱରୂପ ଦିଆଯାଇଥିବାବେଳେ ଯେଉଁମାନେ ହେଲମେଟ ପରିଧାନ ନକରି ଗାଡି ଚଳାଉଥିଲେ ସେମାନଙ୍କୁ ଅଟକାଯାଇ କଲରା ସିଟ୍‌ବେଲଟ ନପିନ୍ଧିଲେ ଅଁଳାକୁଳି ପ୍ରଦାନ କରାଯାଇଥିଲା । ଏହିପରି ସଚେତନତା କାର୍ଯ୍ୟକ୍ରମ ଜିଲା ପୋଲିସ ପକ୍ଷରୁ ଅଭିନବ ଉପାୟରେ କରାଯାଇଥିବାବେଳେ ଅନେକ ଗାଡି ଚାଳକ ହେଲମେଟ ମଧ୍ୟ କ୍ରୟ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ୪ଚକିଆ ଯାନ ଗୁଡିକରେ ସିଟ ବେଲଟ ପରିଧାନ କରିବାପାଇଁ ସଚେତନ କରାଯାଇଥିଲା । ପ୍ରାୟ ଦୀର୍ଘ ଦୁଇ ଘଣ୍ଟା ଧରି ଏହିପରି ସଚେତନତା କାର୍ଯ୍ୟ କରାଯାଇଥିଲା । ଆଗକୁ ସମସ୍ତେ ଯେପରି ଟ୍ରାଫିକ ନିୟମ ମାନିବେ ସେଥିପାଇଁ “ମୁଁ ମାନୁଛି, ଆପଣବି ମାନନ୍ତୁ” ଏପରି ଲେଖାଥିବା ଷ୍ଟିକର ଗୁଡିକ ବିଭିନ୍ନ ଗାଡିରେ ପୋଲିସ ଦ୍ୱାରା ଲଗାଯାଇଥିଲା । ୩୧ତମ ସଡକ ସୁରକ୍ଷା ସପ୍ତାହ ଚାଲୁ ରହିଥିବାରୁ ପୋଲିସ ପକ୍ଷରୁ ଏହିପରି ଭାବେ ଏହିପରି ଅଭିନବ ଉପାୟରେ ଟ୍ରାଫିକ ନିୟମକୁ ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ । ଏହି ସଚେତନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିବହନ ଅଧିକାରୀ ତଥା ଉପଜିଲାପାଳ ରଜନୀକାନ୍ତ ସ୍ୱାଇଁ, ପୋଲିସ ଏସ୍‌.ଡି.ପି.ଓ. ପି.କେ.ଜେନା, ଯାନବାହାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କସହ ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ