ଗଜପତି ଏସପିଙ୍କ ଦ୍ୱାରା ସ୍ଥାୟୀ ନାକା ପୋଷ୍ଟ ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ଦ୍ୱାରା ଆଜି କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଏବଂ ହାଡୁଭାଙ୍ଗି ଠାରେ ୨ଟି ସ୍ଥାୟୀ ନାକା ପୋଷ୍ଟ ଉଦଘାଟିତ ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ନାକା ପୋଷ୍ଟ କରାଯାଇଥିଲା । ଅନ୍ୟାନ୍ୟ ସମୟରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏହା ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଏହି ନାକା ପୋଷ୍ଟ ଗୁଡିକର ସ୍ଥାୟୀ ଘର ନିର୍ମାଣ କରାଯାଇଥିଲା । ଆଜି ଏହି ୨ଟି ସ୍ଥାୟୀ ଘର ଉଦଘାଟନ ହୋଇଛି । ଅନ୍ୟାନ୍ୟ ଅଞ୍ଚଳରେ ରହିଥିବା ସ୍ଥାୟୀ ଘର ଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଜିର ଏହି କାର୍ଯ୍ୟକ୍ରମରେ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ,ରିଜର୍ଭ ପୋଲିସ ଅଧିକାରୀ ଡମ୍ବୁରୁଧର ହନାଗା,ଏସଆଇ ମମତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ