ଗଜପତି ଏସପିଙ୍କ ନିର୍ଦ୍ଦେଶ ନୋ ମାସ୍କ ନୋ ପେଟ୍ରୋଲ, ଡିଜେଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)କରୋନା ଆକ୍ରାନ୍ତରୁ ଲୋକଙ୍କୁ ସୁରକ୍ଷା ରଖିବା ପାଇଁ ଆଜି ଠାରୁ ବାହାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଗଜପତି ଜିଲ୍ଲାରେ ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗଜପତି ଏସପି ସାରା ଶର୍ମା ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି । ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନର ଏହି ଭୟଙ୍କର କରୋନା ସଂକ୍ରମଣ ସମୟରେ ନିଜକୁ ରକ୍ଷା ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ । ଏ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ । ତେଣୁ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ମାନଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ନ ଦେବା ପାଇଁ ଏସପି ସାରା ଶର୍ମା ଜଣାଇଛନ୍ତି । ଗଜପତି ଏସପିଙ୍କ ପୁଣି ଏହି ନୁଆ ପ୍ରୟାସ ସମସ୍ତେ ପିନ୍ଧନ୍ତୁ ମାସ୍କ ଯାହାକି ସାଧାରଣଙ୍କୁ ସୁରକ୍ଷା କବଚ ହୋଇ ପାରିବ । ବାସ୍ତବିକ ଗଜପତି ଏସପି ସାରା ଶର୍ମାଙ୍କ ଏ ପଦକ୍ଷେପ ସ୍ୱାଗତ ଯୋଗ୍ୟ ଅଟେ ।