ଗଜପତି ଏସପିଙ୍କ ପ୍ରୟାସ ଛତା ଧରି ସାମାଜିକ ଦୁରତାର ବାର୍ତ୍ତା ଦେଲେ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଏସପି ସାରା ଶର୍ମା ବର୍ତ୍ତମାନ ଅନ୍ୟ ଏକ ନୁତନ ପ୍ରୟାସ ଆରମ୍ଭ କରି ସାଧାରଣଙ୍କ ଠାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଛତା ଧରି ସାମାଜିକ ଦୁରତା ରକ୍ଷା କରିବା ସହ କରୋନା ସଂକ୍ରମଣରୁ ଦୁରେଇ ରହିବା ପାଇଁ ଲୋକଙ୍କୁ ସଚେତନର ବାର୍ତ୍ତା ପ୍ରଦାନ କରିଛନ୍ତି । ଆଜି ପାରଳାଖେମୁଣ୍ଡି ସହରରେ ଗଜପତି ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଛତା ଧରି ସହରରେ ପରିକ୍ରମା କରିଥିଲେ । ବର୍ତ୍ତମାନର ରୌଦ୍ରତାପରୁ କିମ୍ବା ବର୍ଷାରୁ ରକ୍ଷା ପାଇବା ପାଇଁ କେବଳ ଲୋକେ ଛତା ବ୍ୟବହାର କରିଥାନ୍ତି । ତେବେ ପୋଲିସ ଆଜି ପାରଳାଖେମୁଣ୍ଡି ସହରରେ ଛତା ଧରି ସହର ପରିକ୍ରମା କରି ଲୋକଙ୍କୁ ସାମାଜିକ ଦୁରତା ରକ୍ଷା କରିବା ସହ ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ କରୋନାର ଭୟ,ଆତଙ୍କ ଓ ସଂକ୍ରମଣରୁ ନିଜକୁ ଦୁରେଇ ରଖିପାରିବେ ବୋଲି ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି । ବାସ୍ତବିକ ଲୋକେ ବହୁଳ ଭାବେ ଛତା ବ୍ୟବହାର କଲେ ନିଶ୍ଚିତ ଭାବେ ସାମାଜିକ ଦୁରତା ରକ୍ଷା ହୋଇ ପାରିବ । ଗଜପତି ଏସପି ସାରା ଶର୍ମାଙ୍କ ଏହି ନୁତନ ପ୍ରୟାସ ଗଜପତି ଜିଲ୍ଲାବାସୀଙ୍କୁ ବେଶ ଅନୁପ୍ରାଣିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ