ଗଜପତି ଓ ଗଂଜାମ ମିଳିତ ଚଢାଉରେ ୧୩ଗୋଟି ମାମଲା ରୁଜୁ, ୧୦ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାପାଳ ଅନୁପମ ସାହା, ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଡେପୁଟି ଅବକାରୀ କମିଶନର, ସାନ୍ତନୁ ନାୟକ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁ, ବ୍ରହ୍ମପୁର ଇ.ଆଇ. ଆଣ୍ଡ ଇ.ବି. ଇନିସ୍ପେକ୍ଟର ଇନ୍‌ଚାର୍ଜ ହୃଦୟ ଚନ୍ଦ୍ର ସାମନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଂଜାମ-ଗଜପତି ସ୍କ୍ୱାର୍ଡର ମିଳିତ ଚଢାଉରେ ଗଜପତି ସଦର ମହୁକମା ଓ କାଶୀନଗର ଅବକାରୀ ଥାନାର ବିଭିନ୍ନ ଅଞ୍ଚଳ ସହ ପାରଳାଖେମୁଣ୍ଡି ସହର, ନେରିଡିଗୁଡା, କେ.ସୀତାପୁର, ଦେବଦଳା, କଳାସିଂ, ଖ୍ରୀଷ୍ଟପୁର ଓ ଜଙ୍ଗଲପାଡୁ ଗ୍ରାମରେ କରାଯାଇଛି । ଏହି ଚଢାଉରେ ମୋଟ ୧୩ ଗୋଟି ମାମଲା ରୁଜୁ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଅଛି । ସେମାନେ ହେଲେ ପାରଳା ଜାଗିଲି ସାହିର ଡି.ଜ୍ୟୋତି, ପୋଲାକି ବଡ ଆମ୍ମା, ଜି. ଜ୍ୟୋତି, ସଞ୍ଜୟ ଗାନ୍ଧୀ କଲୋନୀର ଚିନ୍ତାଡା ଈଶ୍ୱରୀ, କାବିଟି ସାହିର ୱାନ ରାମୁ, ଖଞ୍ଜା ମାଦିକା ସାହିର ବମାଲି ପାର୍ବତୀ, ଦେବାଦୀ ମାଙ୍ଗମା, ସେରିମେଦ୍ରି ସାହିର ପାଲାକା ବୁଡୁ, ବି. ରାଜେଶ ଓ ଗୁରାଲି ରଘୁ ବୋଲି ଜଣାପଡିଛି । ଏମାନଙ୍କ ବିରୁଦ୍ଧରେ ଅବକାରୀ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି । ଏମାନଙ୍କ ଠାରୁ ୫ହଜାର କେଜି ମହୁଲ ପୋଚ, ୩୦୦ ଲିଟର ଦେଶୀ ରନ୍ଧା ମହୁଲି ମଦ, ୩୫ଗୋଟି ପ୍ଲାଷ୍ଟିକ ଡ୍ରମ, ଦୁଇଗୋଟି ଡେକ୍‌ଚି ଆଦି ଜବତ କରାଯାଇ ଅଛି । ସମସ୍ତ ପୋଚ ଓ ମଦକୁ ନମୂନା ରଖିବା ପରେ ଘଟଣା ସ୍ଥଳରେ ନଷ୍ଟ କରି ଦିଆଯାଇଛି ଏବଂ ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଚଢାଉରେ ପାରଳାଖେମୁଣ୍ଡି ଅବକାରୀ ଥାନା ଅଧିକାରୀ ଚନ୍ଦ୍ରଶେଖର ପନିହାରି, ଏ.ଏସ୍‌.ଆଇ. ଚିତ୍ତ ରଞ୍ଜନ ଜେନା, କିଶୋର ଚନ୍ଦ୍ର ରଥ, ପାରଳାଖେମୁଣ୍ଡି ଥାନା ଏସ୍‌.ଆଇ. ବିଶ୍ୱଜିତ ଜେନା ଏବଂ କର୍ମଚାରୀଙ୍କ ସମେତ କାଶୀନଗର ଅବକାରୀ ଥାନା କର୍ମଚାରୀ, ଗାରବନ୍ଧ ଥାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଚଢାଉରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ