ଗଜପତି ଓ ଗଞ୍ଜାମ ଏବଂ ଜନତାଙ୍କୁ ନବୀନ ସରକାର ଛଳନା କରୁଛନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରାସାଦ ପଣ୍ଡା):ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଏବଂ ଗଞ୍ଜାମ ଲୋକଙ୍କୁ ଛଳନା କରି ଆସୁଛନ୍ତି. ଗଜପତି ଜିଲ୍ଲାର ବଂଶଧାରା, ମହେନ୍ଦ୍ର ତନୟା ନଦୀ ଏବଂ ଗଞ୍ଜାମ ଜିଲ୍ଲାର ଋଷୁକୂଲ୍ୟା,ନାଗା ଭଳି ନଦୀର ଜଳକୁ ସଦବିନିଯୋଗ ପାଇଁ ୨ ଗୋଟି ଜିଲ୍ଲାର ଚାଷୀ କୃଷକ ଏବଂ ସମୂହ ଲୋକଙ୍କୁ ଠିକ ଭାବେ ଆବଶକ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ. ଯଦ୍ୱାରା ଏହି ୨ ଗୋଟି ଜିଲ୍ଲାରେ ରହିଥିବା ଉପରୋକ୍ତ ୪ ଗୋଟି ନଦୀ ଦ୍ୱାରା ୨ ଜିଲ୍ଲାବାସୀ ଉପକୃତ ହୋଇପାରୁନାହାନ୍ତି.ଏନେଇ ଋଷୁକୂଲ୍ୟା,ବଂଶ ଧାରା ନାଗା ବଳି ଅବବାହିକା ମୁଖ୍ୟଯନ୍ତ୍ରୀ ଅସ୍ବିନୀ କୁମାର ମହାନ୍ତି ବ୍ରହ୍ମପୁରଙ୍କୁ ମହେନ୍ଦ୍ର ତନୟା ବଞ୍ଚାଓ ଆନ୍ଦୋଳନର ସଂଯୋଜକ ତଥା ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢୀଙ୍କ ନେତୃତ୍ୱରେ ସ୍ମାରକ ପତ୍ର ପ୍ରଦାନ କରି ଏକ ପ୍ରେସ ଇସ୍ଥାହାର ଦ୍ୱାରା ସୂଚନା ଦେଇଛନ୍ତିଯେ,୧୯୬୨ ମସିହାରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ହୋଇଥିବା ଜଳ ଚୁକ୍ତିକୁ ନମାନି ଆନ୍ଦ୍ର ୨୦୦୭ ମସିହାରେ ମେଳିଆପୁଟି ମଣ୍ଡଳର ଛାପ୍ରା ଠାରେ ମହେନ୍ଦ୍ର ତନୟା ଜଳପ୍ରକଳ୍ପ କରିଥିଲେ ତାକୁ ବିରୋଧ କରାଯାଇଥିଲା ଏବଂ ବହୁ ପ୍ରତିବାଦ ହେବା ପରେ ଗଜପତି ଜିଲ୍ଲାର ଜନତା ଙ୍କ ସହଯୋଗ ଅନଶନ ରେ ବସିଥିବା ଶ୍ରୀକାନ୍ତ ପାଢ଼ୀ ଙ୍କୁ ସବୁ ରାଜନୈତିକ ଦଳ ଏବଂ ସମାଜ ସେବି ସଂଗଠନ ଗୁଡିକ ସହଯୋଗ କରିଥିଲେ l ତାପରେ ଏପ୍ରିଲ ୩୦ ରିଖ ୨୦୦୮ ଦିନ ଗଜପତି ଜିଲ୍ଲାର ଚମ୍ପାପୁର ଏବଂ ଡମ୍ବା ପୁର ଠାରେ ଡ୍ୟାମ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତୀ ଘୋଷଣା କରିଥିଲେ l ଏବଂ ଏହି ପ୍ରକଳ୍ପ ୨ବର୍ଷ ଭିତରେ ଶେଷ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ଦୁଃଖର କଥା ୧୩ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚମ୍ପାପୁର ପ୍ରକଳ୍ପର ଡିପିଆର ଏବେ ପର୍ଯ୍ୟନ୍ତ ହୋଇନାହିଁ ଆଉ ୧୫ ଦିନରେ ଟେଂଡର ହେବ ବୋଲି ମୁଖ୍ୟ ଯନ୍ତ୍ରୀ ଅଶ୍ୱିନୀ ମହାନ୍ତି ପ୍ରତିଶୃତି ଦେଇଛନ୍ତି l ଡମ୍ବପୁର ପ୍ରକଳ୍ପ ଆରମ୍ଭ ହେଇଥିଲେ ମଧ୍ୟ ତାହା କେବେ ସମ୍ପୂର୍ଣ ହେବ ଗଜପତି ଆଶଙ୍କା ରେ ଅଛନ୍ତି l ଆପଣ ଜାଣିଛନ୍ତି ସେହିପରି ବଂଶ ଧାରା ଜଳ ବିବାଦ ଟ୍ରିବୁନାଲ ଙ୍କ ରାୟ ଗତ ବର୍ଷ ଜୁନ ୨୧ ରିଖରେ ଆନ୍ଧ୍ର ସରକାରଙ୍କ ସପକ୍ଷରେ ଦେଇଥିଲେ l ଏହାପରେ ସେହି ରୟକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା l ନେରେଡି ରେ ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ପ୍ରସ୍ତୁତି ଆରମ୍ଭ କରିବା ସହ ଉତ୍କ ଅଂଚଳ ବୁଲି ଆନ୍ଧ୍ର ର ଉପ ମୁଖ୍ୟ ମନ୍ତ୍ରୀ ଧର୍ମନା କ୍ରିଷ୍ଣା ଦାଶ ଓ ଜଳ ସମ୍ପଦ ମନ୍ତ୍ରୀ ଅନିଲ ଯାଦବ ବୁଲି ଦେଖି ଯାଇଛନ୍ତି. ତେଣୁ ଓଡିଶା ସରକାର ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଚାପ ପ୍ରୟୋଗ କରିବା ସହ ଉଚ୍ଚତମ ନ୍ୟାୟାଳୟ ର ଆଶ୍ରୟ ନେବାକୁ ଶ୍ରୀକାନ୍ତ ପାଢ଼ୀ ଦାବୀ କରିଛନ୍ତି l ଉକ୍ତ ପ୍ରକଳ୍ପ ହେବା ଦ୍ୱାରା ଗୁଣୁପୁର ଓ କାଶୀନଗର ବ୍ଲକ ପ୍ରଭୃବିତା ହେବା ସହ ସାରା ବାଡ଼ୀଗାଁ, ଗାଲ ସିଂ ଗ୍ରାମର ୨୦୦୦ ଏକର ସହ ୩୦ ଗୋଟି ଗାଁ ନଦୀ ଗର୍ଭରେ ଲୀନ ହୋଇଯିବ l
ଆଜି ସ୍ମାରକ ପତ୍ର ଦେବା ସମୟରେ ପାରଳା ଖେମୁଣ୍ଡି ଜଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ରଥ, ଅମିତ ପୋଲାଈ, ଚିଣ୍ଟୁ ପାତ୍ର ଉପସ୍ଥିତ ଥିଲେ. ଯଦି ଏକ ମାସ ଭିତରେ କୌଣସି ଟେଂଡର ବା କାମ ଆରମ୍ଭ ନହୁଏ ତାହା ହେଲେ ଏକ ଗଣ ଆନ୍ଦୋଳନ, ଧାରଣା, ଵିଖୋଭ ହେବ ବୋଲି ଶ୍ରୀକାନ୍ତ ପାଢ଼ୀ ତାଙ୍କରି ଅଫିସ ଆଗରେ ହେବ ବୋଲି ମୁଖ୍ୟ ଯନ୍ତ୍ରୀଙ୍କୁ ରୋକ ଠୋକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ