ଗଜପତି କୃଷକଙ୍କ ଆନ୍ଦୋଳନ ପରେ ପ୍ରଶାସନ ଚେତିଲା; ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କୃଷକ ସଂଘର ର‌୍ୟାଲି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲା ପ୍ରଶାସନ ଚେତିଥିବା ଜଣାପଡିିଛି । କୃଷକ ମାନଙ୍କ ଠାରୁ ଟୋକେନ ସଂଗ୍ରହ କରି ପ୍ରଶାସନ ଧାନ କ୍ରୟ ପ୍ରକ୍ରିୟା ଆଜି ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, ଗତ ତିନି ମାସ ଧରି ଚାଷୀମାନଙ୍କୁ ପ୍ରଶାସନ ତରଫରୁ ଟୋକେନ ଦିଆଯାଇଥିଲା । ହେଲେ ବିଭିନ୍ନ କାରଣ ଦର୍ଶାଇ ଟୋକେନ ଥାଇ ମଧ୍ୟ ଧାନ କିଣାଯାଉ ନଥିଲା । ଏଥି ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ସମସ୍ତ ଚାଷୀ ଏକତ୍ରିତ ହୋଇ ଏହା ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ପାରଳା ପୋଲିସ ଷ୍ଟେସନ ଛକ ଠାରୁ ଚାଷୀ କୃଷକ ମାନଙ୍କ ଏକ ବିରାଟ ର‌୍ୟାଲି ବାହାରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚାଷୀମାନଙ୍କ ଠାରୁ ଆଜି ମଧ୍ୟାହ୍ନରେ ଟୋକେନ ସଂଗ୍ରହ କରାଯାଇ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ, ବରିଷ୍ଠ କୃଷକ ନେତା ତଥା ପୂର୍ବତନ ବିଧାୟକ ବିଜୟ କୁମାର ଜେନା, ଅଗ୍ରଣୀଚାଷୀ ୱାଇ.ରାମୁଲୁ, କୁନା ସାହୁ, ତାରିିଣୀ ନାୟକ, ଡି. ଶଙ୍କର ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ