ଗଜପତି : ଗୁଣି ସନ୍ଦେହରେ ଉତ୍ତେଜନା, ଅସ୍ୱାଭାବିକ ଆଚରଣରେ ଭୟଭୀତ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରେ ଗ୍ରାମବାସୀଙ୍କ ଠାରେ ଉତ୍ତେଜନା ଦେଖାଦେଇଛି । ଗୁଣି ପ୍ରୟୋଗ ହେବା ଦ୍ୱାରା ଗ୍ରାମରେ କେତେକ ଅସ୍ୱାଭାବିକ ଆଚରଣ ଦେଖାଦେଇଛି । ଏଭଳି ଆଚରଣରେ ସମଗ୍ର ଗ୍ରାମବାସୀ ଭୟଭୀତ ହୋଇ ଆତଙ୍କବସ୍ଥାରେ ଜୀବନଯାପନ କରୁଥିବା ଏକ ଖବର ହସ୍ତଗତ ହୋଇଛି । କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଜଣ ପରେ ଜଣେ ୬ ଜଣ ଯୁବତୀଙ୍କ ଉପରେ ଗୁଣି ପ୍ରୟୋଗ କରାଯାଇଥିବା ସନ୍ଦେହ କରାଯାଉଛି । ଏମାନଙ୍କ ଉପରେ କେତେକ ମନ୍ଦଆତ୍ମା ଲାଗି ରହି ଏମାନଙ୍କ ଠାରେ ଅସ୍ୱାଭାବିକ ଆଚରଣ ଦେଖା ଦେବା ଯୋଗୁଁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ବିକଟାଳ ଚିତ୍କାର ସହ ଭିନ୍ନ ଭିନ୍ନ କଥା କହୁଛନ୍ତି ଏମାନେ । ଏକ ମାସରୁ ଉର୍ଦ୍ଧ ହେବ ଏଭଳି ପରିସ୍ଥିତି ଲାଗି ରହିଛି । ସୂଚନା ଅନୁଯାୟୀ, ଏକ ମାସ ପୂର୍ବେ ପ୍ରଥମେ ଗ୍ରାମର ମୀନା ଲିମାଙ୍କ ୧୮ ବର୍ଷୀୟା ଝିଅର ଆଚାରଣରେ ହଠାତ ପରିବର୍ତ୍ତନ ଦେଖାଗଲା । ଚିତ୍କାର କରିବା ସହ ମନ ଇଛା କଥା କହିବା ସାଙ୍ଗକୁ ଖାଇବା ପିଇବା ଛାଡି ଦେଇଥିଲା । ଝିଅକୁ ଭୂତ ଲାଗିଥିବା ସନ୍ଦେହ କରି ଭୂତ ଛଡାଇବା ପାଇଁ ଧର୍ମ ଗୁରର ସାହାରା ନେଲେ ପରିବାର ଲୋକେ । କିଛି ଦିନ ପରେ ପୁଣି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଗାଁର ଏପରି ୬ଜଣ ଯୁବତୀଙ୍କ କ୍ଷେତ୍ରରେ । ଯୁବତୀମାନଙ୍କ ଏଭଳି ଆଚରଣ ଦେଖି ଚିନ୍ତିତ ହେଲେ ଗ୍ରାମବାସୀ । ଏପରି ସମୟରେ ଗ୍ରାମର ସୁରୁ ପାଣି (୩୦) ଓ ଗଜେନ୍ଦ୍ର ମାଛ (୩୧) ନାମକ ଦୁଇଜଣ ଯୁବକ ଗୁଣିଗାରେଡି ଶିଖି ଏପରି କରୁଥିବା ପ୍ରେତାତ୍ମା ସବାର କରି ଅସ୍ୱାଭାବିକ ଆଚରଣ କରୁଥିବା ଯୁବତୀମାନେ କହୁଥିବା ଘଟଣା ସାମ୍ନାକୁ ଆସିଛି । ଯୁବତୀମାନଙ୍କ ଏଭଳି କଥା ନେଇ ଗ୍ରାମବାସୀମାନେ ଏକତ୍ରିତ ହୋଇ ଏହି ୨ ଯୁବକଙ୍କୁୁ ସଙ୍ଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହି ଆକ୍ରମଣର ଖବର ପାଇ ସେରଙ୍ଗ ପୋଲିସ ପହଞ୍ôଚ ୨ଯୁବକଙ୍କୁ ଉଦ୍ଧାର କରିଥିଲେ । ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ସୂଚନା ମିଳିଛି । ହେଲେ ଘଟଣା ନେଇ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଗ୍ରାମରେ ସେହି ଯୁବତୀମାନଙ୍କ ଠାରେ ଅସ୍ୱାଭାବିକ ଆଚରଣ ଲାଗି ରହିଥିବା ଯୋଗୁଁ ଗ୍ରାମବାସୀମାନଙ୍କ ଠାରେ ଗୁଣିଜନିତ ଭୟ ଓ ଆତଙ୍କ ଲାଗିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ