ଗଜପତି ଜିଲାକୁ ମରୁଡି ଜିଲ୍ଲା ଘୋଷଣା କରିବାପାଇଁ ଭାଜପାର ବିକ୍ଷୋଭ ଓ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲା ଭାଜପା ପକ୍ଷରୁ ଅପବୃଷ୍ଟି ଯୋଗୁଁ ଗଜପତି ଜିଲାକୁ ମରୁଡି ପ୍ରବଣ ଜିଲା ଘୋଷଣା କରାଯାଉ ବୋଲି ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି । ଜିଲା ଭାଜପା ସଭାପତି ଜି.ଭେଙ୍କଟରାବଣାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲା ପ୍ରଶାସନ ବିରୋଧି ନାରା ଦେଇଥିଲେ । ଚଳିତବର୍ଷ ଗଜପତି ଜିଲାରେ ବୃଷ୍ଟିପାତର ପରିମାଣ କମ୍ ରହିଥିବାରୁ ଏଠାରେ ମରୁଡିଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ହାହାକାର ଦେଖାଦେଇଛି ବୋଲି ଭାଜପାପକ୍ଷରୁ ଅଭିଯୋଗ କରାଯାଇଛି । ଏଥିପାଇଁ ଚାଷୀମାନଙ୍କ ପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଜିଲାକୁ ମରୁଡି ପ୍ରବଣ ଜିଲା ଘୋଷଣା କରିବାକୁ ଜିଲା ଭାଜପା ପକ୍ଷରୁ ଜୋର୍ଦାର ଦାବୀ ଉପସ୍ଥାପନ କରାଯାଇଛି । ଏଥିପାଇଁ ଭାଜପାର କର୍ମୀମାନେ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ସେଠାରେ ଜିଲା ପ୍ରଶାସନ ବିରୁଦ୍ଧରେ ଏବଂ ଶାଶକ ବିଜେଡି ବିରୁଦ୍ଧରେ ନାରାବାଜି କରିଥିଲେ । ଜିଲା ପ୍ରଶାସନ ତୃତୀୟ ମହଲାର ପ୍ରରୋଚନାରେ କାର୍ଯ୍ୟ କରିବା ସହ କୌଣସି ଜନହିତକର କାର୍ଯ୍ୟ କରୁନାହିଁ ବୋଲି ଭାଜପା ପକ୍ଷରୁ କୁହାଯାଇଛି । ଏଥିପାଇଁ ଭାଜପା ପକ୍ଷରୁ ଏକ ଦାବୀପତ୍ର ଜିଲାପାଳ ଅନୁପମ ସାହାଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରେରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା, ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସିମାଦ୍ରୀ, ବରିଷ୍ଠ ନେତା ସିଦେ୍ଧଶ୍ୱର ମିଶ୍ର, ପିନିଣ୍ଟି କ୍ରିଷ୍ଣା, ଅରୁଣୀମା ସାହୁ, ଚନ୍ଦ୍ର ସାହୁକାର, ସୁନୀଲ ମହାପାତ୍ର, ପ୍ରଶାନ୍ତ ପ୍ରଧାନ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଉପସ୍ଥିତଥିଲେ ।