ଗଜପତି ଜିଲାପାଳଙ୍କ ଆଣ୍ଟିଜେନ ପରିକ୍ଷା କେନ୍ଦ୍ର ନିରୀକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରାଞ୍ଚଳରେ ଥିବା ବିଭିନ୍ନ କୋଭିଡ ପରୀକ୍ଷଣ କେନ୍ଦ୍ର ତଥା ଆଣ୍ଟିଜେନ ପରୀକ୍ଷା କେନ୍ଦ୍ରକୁ ଜଲ୍ଲାପାଳ ପ୍ରତ୍ୟେକ୍ଷ ଭାବେ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଛି । ସହରରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ର ଖୋଲା ଯାଇଥିବାବେଳେ ସେହି କେନ୍ଦ୍ରରେ କିପରି ଭାବେ ପରୀକ୍ଷା ନିରୀକ୍ଷା କରାଯାଉଛି ସେ ଗୁଡିକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବାପାଇଁ ଜିଲ୍ଲାପାଳ ଅନୁପମ ସାହା ପରିଦର୍ଶନ କରିଛନ୍ତି । ପାରଳାଖେମୁଣ୍ଡି ସହରାଞ୍ଚଳର ଆରୋଗ୍ୟ ସାହି, ରେଳଷ୍ଟେସନ କଲୋନି, ରେଲି ସାହି ଆଦି ଅଞ୍ଚଳ ଜିଲ୍ଲାପାଳ ପରିଦର୍ଶନ କରି ସେଠାରେ କେଉଁପରି ଭାବେ ଆଣ୍ଟିଜେନ ପରୀକ୍ଷଣ କରାଯାଉଛି ସେ ବିଷୟରେ ଅନୁଧ୍ୟାନ କରିବା ସହ ଉପସ୍ଥିତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀମାନ କିଭଳି ଯାଞ୍ଚ କରୁଛନ୍ତି ସେ ବିଷୟରେ ମଧ୍ୟ ତଦାରଖ କରୁଛନ୍ତି । ଏହି ନୀରିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉପଜିଲ୍ଲାପାଳ ଜୁବୁଲି ବେହେରା, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଡାକ୍ତର ରେଗାଲକ୍ଷ୍ମୀ ନାରୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ ।