ଗଜପତି ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରେ କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩’ର ସପ୍ତମ ଦିବସ’ରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଏବଂ ନାମନଗଡ ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ସମେତ ଝାମୀ ଠାରେ କେନ୍ଦ୍ରୀୟ ଯୋଜନା’ର ହିତାଧିକାରୀ’ଙ୍କ ସହ ପ୍ରଧାନମନ୍ତ୍ରୀ’ଙ୍କ ବାର୍ତ୍ତାଳାପ’ର ଲାଇଭ ଟେଲି- କାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ’ର ଝାମୀ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରେ ଭାରତ ସରକାର’ଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ସଚେତନତା ରଥ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ବନ୍ଦାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ଯାଇଥିଲା। ଏହି ଅବସର’ରେ ଅନୁଷ୍ଠିତ ସଚେତନତା
କାର୍ଯ୍ୟକ୍ରମ’ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ , ଗୁମ୍ମା ବିଡ଼ିଓ ଶ୍ରୀ ଶରତ କୁମାର ପାତ୍ର , ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଭୁ ଚନ୍ଦନ ପୁଝାରୀ , କେବିକେ: ର କୃଷି ବୈଜ୍ଞାନିକ ଶ୍ରୀ ମନୋଜ କୁମାର ସାହୁ , ସ୍ୱାସ୍ଥ୍ୟ ବିଭାଗ’ର ଶ୍ରୀ ରମେଶ ଚନ୍ଦ୍ର ସିଂହ , ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର , ଡ୍ରୋନ- ପ୍ରତିନିଧି – ଓମିତା ପାତ୍ର ଏବଂ ପିଇଓ: ଶ୍ରୀ ଉର୍ବଶୀ ପାଣି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମୁଖ୍ୟତଃ କେନ୍ଦ୍ର ସରକାର’ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇବା ସହ ଯୋଜନା’ର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହି ସଚେତନ କରାଇଥିଲେ । ଏହି ସଚେତନତା ସଭା କାର୍ଯ୍ୟକ୍ରମ’କୁ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାଗେଶ୍ଵର ସେନାପତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସର’ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଲୋକ’ଙ୍କ ରକ୍ତଚାପ , ହୀମୋଗ୍ଲୋବିନ ଓ ସୁଗାର ପ୍ରଭୃତି ପରୀକ୍ଷା କରାଯାଇ ସୁସ୍ଥତା ପାଇଁ ଆବଶ୍ୟକ ପରାମର୍ଶ ଦିଆ ଯାଇଥିଲା। । ଏହି ଅବସର’ରେ ଗୁମ୍ମା ବିଡ଼ିଓ: ଶ୍ରୀ ଶରତ କୁମାର ପାତ୍ର ଉପସ୍ଥିତ ସମସ୍ତ’ଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ’ରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା । ଏହି ଅବସର’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ୩ ଜଣ ହିତାଧିକାରୀ ଯଥା:- ଝାମୀ ଗ୍ରାମ’ର ଶ୍ରୀମତୀ ମିତା ପଣ୍ଡିତ ପିଏମ: ଆବାସ ଯୋଜନା ସମ୍ପର୍କରେ , ନରହରିପୁର ଗ୍ରାମ’ର ଗୀତାଞ୍ଜଳୀ ଭୁମଲ , ଶୌଚାଳୟ ଯୋଜନା ସମ୍ପର୍କରେ ଏବଂ ଝାମୀ ଗ୍ରାମର ଶ୍ରୀ ତ୍ରିନାଥ ପାତ୍ର ପିଏମ: କିସାନ ସମ୍ପର୍କରେ , ସେମାନେ କିଭଳି ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହି ସେଥିପାଇଁ କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଏହି ଅବସର’ରେ ସାଂସ୍କୃତିକ କାର୍ଯ୍ୟକ୍ରମ’ରେ କିଶୋରୀ ବାଳିକା ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଶେଷରେ ଚାଷ କାର୍ଯ୍ୟ ସମୟ’ରେ ଜମିରେ ସାର , ପାଣି ଓ କିଟ ନାଶକ ଔଷଧ ପକାଇବା କ୍ଷେତ୍ରରେ ଡ୍ରୋନ କିଭଳି ବ୍ୟବହାର କରିବେ , ସେ ସମ୍ପର୍କରେ ପ୍ରଦର୍ଶିତ କରା ଯାଇଥିଲା ।ଏହି ଅବସର’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ହିତାଧିକାରୀ ମାନଙ୍କ ସହ ସେମାନେ ସଂପୃକ୍ତ ଯୋଜନା’ରେ ଜଡ଼ିତ ହୋଇ କିଭଳି ଉପକୃତ ହେଉଛନ୍ତି , ସେ ସମ୍ପର୍କରେ ବାର୍ତ୍ତାଳାପ କରିବାର ଲାଇଭ ଟେଲି-କାଷ୍ଟ କାର୍ଯ୍ୟକ୍ରମ ଏଲ୍ଇଡି: ର ବଡ଼ ପରଦା’ରେ ଉପସ୍ଥିତ ଥିବା ବିଭିନ୍ନ ବର୍ଗ’ର ଶତାଧିକ ଲୋକ’ଙ୍କୁ ପ୍ରଦର୍ଶିତ କରା ଯାଇଥିଲା । ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମ’ର ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର , ବ୍ଲକ୍ ସିପି: ଶ୍ରୀ ରାକେଶ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ଉର୍ବଶୀ ପାଣି ଏବଂ ରୁରାଲ ହାଉସିଂ ବିପିସି: ଅଲିସା ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ