ଗଜପତି ଜିଲା ଭାଜପା ପକ୍ଷରୁ ନୂତନ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଭାଜପା ପକ୍ଷରୁ ଜିଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଭାଜପାର ନୂତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଜିଲା ଭାଜପା ୟୁନିଟ ପକ୍ଷରୁ ବହୁ ବରିଷ୍ଠନେତା ଏବଂ କର୍ମକର୍ତ୍ତାମାନେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ଶୁବେଚ୍ଛା ଜଣାଇଛନ୍ତି । ନୂତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ରାଜ୍ୟ ଭାଜପାର ଜଣେ ଆଗଧାଡିର ନେତା ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି । ସେ ଏହା ପୂର୍ବରୁ ବହୁ ରାଜ୍ୟସ୍ତରୀୟ ପଦପଦବୀରେ ରହି କାର୍ଯ୍ୟ ତୁଲାଇବା ସହ ସଭାପତି ହେବା ପୂର୍ବରୁ ସେ ରାଜ୍ୟର ମୁଖ୍ୟ ପ୍ରବକ୍ତା ଭାବେ ଦଳପାଇଁ ବେସ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ । ତେବେ ସେ ଆଗାମୀ ଦିନରେ ଗଜପତି ଜିଲା ଭାଜପାକୁ ଶକ୍ତିଶାଳୀ କରିବାପାଇଁ ଗୁରୁତ୍ୱ ଦେବେ ବୋଲି ଭାଜପା ପକ୍ଷରୁ କୁହାଯାଇଛି । ତେବେ ଜିଲା ଭାଜପାରେ ପୂର୍ବରୁ ଯେଉଁ ୟୁନିଟ ରହିଥିଲା ଏବଂ ବର୍ତ୍ତମାନ ନୂତନ ବିଧାୟକ ଜିଲା ସଭାପତି ହେବାପରେ ବରିଷ୍ଠ କର୍ମକର୍ତ୍ତାମାନଙ୍କ ଗୁରୁତ୍ୱ ଦିନକୁ ଦିନ କମୁଥିବାର ଲକ୍ଷ୍ୟ କରାଯାଉଥିବାବେଳେ ନୂତନ ରାଜ୍ୟ ସଭାପତି ସେ ଦିଗରେ କିପରି କାର୍ଯ୍ୟପନ୍ଥା ଗ୍ରହଣ କରିବେ ତାହାକୁ ନେଇ ଅପେକ୍ଷା ।