ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଗୁଲାବର ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ସଜାଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଉତ୍ତର ବଙ୍ଗପ ସାଗରରେ ସୃଷ୍ଟି ଲଘୁଚାପକୁ ନେଇ ଗଜପତି ିି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ହାଇ ଆଲାର୍ଟ ନିର୍ଦ୍ଦେଶକ୍ରମେ ସମ୍ଭାବ୍ୟ ଗୁଲାବ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡିଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଥିବା ବେଳେ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସତର୍କତା ଓ ସହଯୋଗ ପାଇଁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯନ୍ତ ବିଗୁଲ୍ ବାଜୁଛି । ଏନେଇ ସମସ୍ତ ଅଧିକାରୀଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳକୁ ପଠାଇ ଦିଆଯାଇଛି । ପାରଳାଖେମୁଣ୍ଡି ପୌରାଞ୍ଚଳ ଠାରୁ ଆରମ୍ଭ କରି କାଶୀନଗର ଏନ୍‌ଏସି ଓ ସମସ୍ତ ଗ୍ରାମାଞ୍ଚଳର ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ଆଗୁଆ ସୂଚନା ପ୍ରଦାନ କରାଯାଇଛି । ବିଶେଷ କରି ଜିଲ୍ଲାରେ ଥିବା ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ମାନଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଜିଲ୍ଲାର ସମ୍ଭାବିତ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବାର କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଏହାସହ ଜିଲ୍ଲାରେ ୬ ଓଡ୍ରାଫ ଦଳ ସହ ୨ ଏନ୍‌ଡିଆର୍‌ଏଫ୍ ଦଳଙ୍କୁ ମୁତୟନ କରାଯାଇଛି । ଖୋଦ୍ ଜିଲ୍ଲାପାଳ ଶ୍ରୀ ପଣ୍ଡା ପାରଳାଖେମୁଣ୍ଡି ସହରାଞ୍ଚଳର ତଳି ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରି ଅଧିକାରୀମାନଙ୍କ ସହ ଆଲୋଚନ କରିଥିବାର ଦେଖିବାକୁ ମିଳିଥିଲା । ସହରର ବୁଡି ଅଞ୍ଚଳ କୁହାଯାଉଥିବା ସତସଙ୍ଗ ବିହାର, ଶ୍ରୀଧର ନଗର, କାମାକ୍ଷୀ ନଗର ଆଦିକୁ ସେ ନିଜେ ବୁଲି ଦେଖି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାପାଇଁ କହିଥିଲେ । ଏଥି ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦ୍ୱାରା ସମଗ୍ର ଜିଲ୍ଲାରୁ ବାତ୍ୟାଜନିତ ସମସ୍ତ ଖବର ସଂଗ୍ରହ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ବ୍ୟବସ୍ଥା କରାଯାଇଛି । ଖବର ଲେଖିବା ସୁଦ୍ଧା ବାତ୍ୟାର ପ୍ରକୋପ କିମ୍ବା ବର୍ଷା ସେପରି କୌଣସୀ ପ୍ରଭାବ ଦେଖିବାକୁ ମିଳି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ