ଗଜପତି ଜିଲ୍ଲାରେ ଆଜି ପୁଣି ୮ଜଣ ପଜିଟିଭ ଚହ୍ନଟ

ପାରଳାଖେମୁଣ୍ଡି ସହରରୁ ୪, ଗୋଷାଣୀ ବ୍ଲକରୁ ୩, ଆନ୍ଧ୍ର ପ୍ରଦେଶରୁ ଜଣେ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଚିହ୍ନଟ ହୋଇଥିବାର ଜଣାପଡିଛି । ଏହି ୮ଜଣ ମଧ୍ୟରେ ପାରଳାଖେମୁଣ୍ଡି ସହରରୁ ୪ଜଣ, ଗୋଷାଣୀ ବ୍ଲକରୁ ୩ଜଣ ଏବଂ ଆନଧ୍ର ପ୍ରଦେଶ ତଥା ପାରଳାଖେମୁଣ୍ଡି ସହର ସୀମାନ୍ତ ଗ୍ରାମ ପୁରୁଣାପାଟଣା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ୮ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୦୮ଜଣ ଚିହ୍ନଟ ହୋଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛଇ । ଛନ୍ତି । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଖ୍ୟା ଦିନକୁ ଦିନ ବଢିଚାଲିଛି । ଗତ କିଛି ଦିନ ମଧ୍ୟରେ କରୋନାର ଦ୍ୱିତୀୟ ଲହରୀ ଜିଲ୍ଲାରେ ଆରମ୍ଭ ହୋଇଛି । ଏହି ଦ୍ୱିତୀୟ ଲହରୀ କରୋନାରେ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ôଚଛି । ସମସ୍ତ କରୋନା ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖା ଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଘରକୁ ଘର ଯାଇ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଉଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ