ଗଜପତି ଜିଲ୍ଲାରେ ଓଏସ୍ ସ୍ତରରେ ଅଦଳବଦଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଶୁକ୍ରବାର ଦିନ ପ୍ରକାଶିତ ବିଜ୍ଞପ୍ତି ୧୯୫୯୪ ଅନୁଯାୟୀ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଓଏସ୍‌ସ୍ତରରେ ଅଦଳବଦଳ କରାଯାଇଥିବାର ଜଣାପଡିଛି । କାଶୀନଗର ତହସିଲଦାର ଥିବା ଲକ୍ଷୀ୍ମ ପ୍ରସାଦ ସାହୁଙ୍କୁ କାଶୀନଗର ବିଡିଓ ଭାବେ ନିଯୁକ୍ତ ପାଇଛନ୍ତି । ସେହିପରି ବିଡିଓ ସୀମାଞ୍ଚଳ ମହାନ୍ତିଙ୍କୁ କାଶୀନଗର ତହସିଲଦାର ରୂପେ ଅବସ୍ଥାପିତ କରାଯାଇଛି । ଡେପୁଟି କଲେକ୍ଟର ଅନୁପ ଅଭିଶେକ ବେହେରାଙ୍କୁ ଗୁମ୍ମା ବିଡିଓ, ରାୟଗଡ ଜିଲ୍ଲା ପଦ୍ମପୁର ତହସିଲଦାର ନୀଳମାଧବ ମାଝୀଙ୍କୁ ଗୋଷାଣୀ ବିଡିଓ, ଗୁମ୍ମା ବିଡିଓ ନଟବର ଗରଡାଙ୍କୁ ଡେପୁଟି କଲେକ୍ଟର, ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସଙ୍କୁ ମୋହନା ତହସିଲଦାର ଭାବେ ନିଯୁକ୍ତି ପାଇଥିବାର ଜଣାପଡିଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସମ୍ଭବତଃ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ