ଗଜପତି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ୍: ଆନ୍ଧ୍ର,ଗଞ୍ଜାମ ଓ ରାୟଗଡକୁ ରାସ୍ତା ସିଲ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସହରକୁ ଶୁକ୍ରବାର ଠାରୁ ରବିବାର ୩ଦିନିଆ ଏବଂ ସମଗ୍ର ଜିଲ୍ଲାକୁ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏଥିରେ ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ଗଜପତି ଜିଲ୍ଲା ଓ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ରାୟଗଡ,ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶ ପାଇଁ ରହିଥିବା ରାସ୍ତାଗୁଡିକରେ ଯାତାୟତ ପାଇଁ ରୋକ୍ ଲଗାଯାଇଛି । ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏହି ସମସ୍ତ ଅଞ୍ଚଳରେ ୨୪ଘଣ୍ଟିଆ ପୋଲିସ୍ ପହରା ବ୍ୟବସ୍ଥା କରାଯାଇଛି । ଏହି ସଟ୍ଡାଉନ୍କୁ ସମଗ୍ର ଗଜପତି ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିବା ଦୃଷ୍ଟିକୁ ଆସିଛି । ସଟ୍ଡାଉନ୍ରେ ରାସ୍ତା ଘାଟ ଗୁଡିକ ଶୁନ୍ସାନ୍ ହୋଇଥିବା ବେଳେ କେବଳ ପୋଲିସ୍ ପେଟ୍ରୋଲିଂ ଟିମ୍ ଗୁଡିକ ବୁଲୁଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ ଆମ୍ବୁଲାନ୍ସ,ସ୍ୱାସ୍ଥ୍ୟସେବା ଟିମ୍ ଆଦି ଅତ୍ୟାବଶ୍ୟକୀୟ ଯାନବାହନ ଗୁଡିକ ରାସ୍ତାରେ ଚଳପ୍ରଚଳ କରୁଛି । େଓøଷଧ ଦୋକାନ ଓ ଦୁଗ୍ଧ ବିକ୍ରୟ କେନ୍ଦ୍ର ଛଡା ସବୁ କିଛି ବନ୍ଦ ରହିଛି । ଗଜପତି ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ପୋଲିସ୍ ପେଟ୍ରୋଲିଂ କଡାକଡି ଜାରି ରହିଛି ।


