ଗଜପତି ଜିଲ୍ଲାରେ ଧରା ହେଲା ଖାଲିସ୍ଥାନୀ ଆତଙ୍କବାଦୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୂଚନାନୁଯାୟୀ ନିଜକୁ ଆତଙ୍କୀ ସଂଗଠନ ଲସ୍କର -ଏ ଖାଲସାର ମୁଖପାତ୍ର ସନ୍ଦୀପ ସିଂ ଖଲିସ୍ଥାନୀ କହି ଗତ ୫.୧.୨୦୨୩ ତାରିଖ ସକାଳ ୯ଘଣ୍ଟା ୯ମିନିଟରେ ମୁମ୍ବାଇ ର ଭାରତୀୟ ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ୩୬ ବର୍ଷୀୟ ତେଜେନ୍ଦ୍ର ସତନାମ ସିଂ ଙ୍କ ମୋବାଇଲ ନମ୍ବର ୯୯୬୭୫୬୬୬୬୧ କୁ ୭୬୦୯୮୭୫୩୦୬ ନମ୍ବରରୁ ଇଂରାଜୀରେ ବିଜେପି କୋ ଛୋଡଦେ ବରନା ତୁଝେ ଔର ତେରେ ପରିବାର କୋ କୁତେ କି ମୌତ ମାରେଙ୍ଗେ , ସେହିଭଳି ପଞ୍ଜାବୀ ଭାଷାରେ ସୁନା ହୈ CM କେ ଘରକେ ବାହାର ବୋମ ନିକଲା ଅବତୋ ଔର ଏକ ବୋମ ରଖାହୈ ପୁଣି ଇଂରାଜୀ ରେ ତୁଝେ ଔର ତେରେ ପରିବାର କୋ କୁତେ କି ମୌତ ମାରେଙ୍ଗେ, ହିନ୍ଦୁସ୍ତାନ ମୁର୍ଦାବାଦ ଔର ଖଲିସ୍ଥାନ ଜିନ୍ଦାବାଦ ବୋଲ, ପୁରେ ହିନ୍ଦୁସ୍ତାନ ମେ ବିଜେପି, ଆର ଏସଏସ ମିନିଷ୍ଟରସ ଔର ଇଣ୍ଡିଆନ ଆର୍ମି କୋମ ହମ ନିଶାନା ବନାୟାଗୟା ହେ ଏହିଭଳି ମେସେଜ କରିବା ଅଭିଯୋଗରେ ମହାରାଷ୍ଟ୍ର ମୁମ୍ବାଇ ମଲାଡ଼ର ବାଙ୍ଗୁର ନଗର ପୋଲିସ ଥାନାରେ ଗତ ୫ -୧ -୨୦୨୩ ତାରିଖ ସନ୍ଧ୍ୟା ୫ ଘଣ୍ଟା ୩୬ ମିନିଟ ସମୟରେ କେଶ ନଂ ୦୦୦୮ ଏବଂ ହରିଆନା ଉତ୍ତରପ୍ରଦେଶର ପ୍ରାୟ ୫ ଗୋଟି ଥାନାରେ ଆଇପିସି ଧାରା ୫୦୬)୫୦୭/୪୨୦ଓ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି । ଉକ୍ତ କେଶ କୁ ଭିତି କରି ମୁମ୍ବାଇ ପୋଲିସ୍ ଓଡିଶା ପୋଲିସ ର ସହଯୋଗରେ ଗତ ୭ତାରିଖ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ଝାଲରସିଂ ଓ ଖଜୁରୀପଦା ଗାଁର କିଛି ଯୁବକକୁ ଫାଣ୍ଡି କୁ ଆଣି ପଚାରା ଉଚରା କରିବା ସହ ଯୁବକ ଠାରୁ ମୋବାଇଲ୍ ଜବତ କରିଛି । ଏଥି ମଧ୍ୟରେ ଜଣେ ଯୁବକ ଫେରାର ହୋଇଯାଇଥିବା ବେଳେ ଝଲର ସିଂ ଗ୍ରାମର ୨୫ ବର୍ଷୀୟ ଅଶେଷ ପରିଚ୍ଛାକୁ ୧୨ ତାରିଖରେ ପାରଳାଖେମୁଣ୍ଡି ସିଜେଏମ୍ କୋର୍ଟରେ ହାଜର କରି ଅଧିକ ପଚରା ଉଚରା କରିବା ପାଇଁ ମୁମ୍ବାଇ ନେଇଯାଇଛି । ଏ ନେଇ ପୋଲିସ୍ ଅଧିକାରୀଙ୍କ କୌଣସି ସଠିକ ପ୍ରତିକ୍ରିାୟା ମିଳିନାହିଁ, ଗୋଟିଏ ରାଜନୈତିକ ଦଳ ଜିଲ୍ଲାରେ ସକ୍ରିୟ ହେଉଥିବା ବେଳେ ଏପରି ଖାଲିଷ୍ଟନୀ ସମର୍ଥକ ନିଶ୍ଚୟ ରୂପେ ଜନ୍ମ ନେବା ସ୍ଵାଭାବିକ ବୋଲି କିଛି ଲୋକେ କହିଥିବା ଶୁଣିବାକୁ ମିଳିଛି ।


