ଗଜପତି ଜିଲ୍ଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ବାଘଶାଳା ଗ୍ରାମରେ ଡେଙ୍ଗୁର ଆତଙ୍କ ଖେଳି ଯାଇଛି । ଦୀର୍ଘ ଦିନ ହେଲା ଗ୍ରାମରେ ପ୍ରାୟ ୬୦ରୁ ଉଦ୍ଧ୍ୱର୍ ଲୋକୁ ଜ୍ଜରରେ ପିଡିତ ହୋଇ ଆସୁଛନ୍ତି । ବାଘଶାଳା ଗ୍ରାମର ଆଶା କର୍ମୀ ରାଧାରାଣୀ ପାଣିଗ୍ରାହି ଡେଙ୍ଗୁ ଜ୍ଜରରେ ପିଡିତ ଅଛନ୍ତି, ବର୍ତ୍ତମାନ ସେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏହି ଖବରଟି ଗ୍ରାମରେ ଆତଙ୍କ ସୃଷ୍ଟି କରିଛି । ବହୁ ଲୋକେ ପାରଳଖେମୁଣ୍ଡି ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଜିଲ୍ଲା ଚିକିତ୍ସା ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଗ୍ରାମର ବସନ୍ତ ରାଓ, ଦାମଦର ରାଓ, ଆର. ଲକ୍ଷ୍ମୀ, ପି. ଆପଲାସ୍ୱାମୀ, ଆର.ଆପନା ଓ ଟି. ଆପାରାଓ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ