ଗଜପତି ଜିଲ୍ଲାରେ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣ ସଚିବ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ କୋର୍ଟ ପରିଚାଳନା କରିଥିଲେ । ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଉପସ୍ଥିତ ରହି ଲୋକ ଅଦାଲତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତ୍ୟେକ କୋର୍ଟର ବିଚାର ବିଭାଗୀୟ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠି, କୋର୍ଟ ରେଜଷ୍ଟ୍ରାର ସୁଭଶ୍ରୀ ପ୍ରଧାନ, ସିଜିଏମ୍ ମାନସ କୁମାର ପଣ୍ଡା, ସବ୍‌ଜଜ୍ ଚନ୍ଦ୍ରାହାଶ ବେହେରା, ଏସ୍‌ଡିଜେଏମ୍ ବର୍ଷା ଶର୍ମା, ବନିଲ କୁମାର ଖଟେଇ, ଜେଏମ୍‌ଏଫ୍‌ସି ଶୁଭଲକ୍ଷ୍ମୀ ପ୍ରୀୟଦର୍ଶୀନି ପ୍ରମୁଖ ଜିଲ୍ଲା କୋର୍ଟରେ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଭାବେ ମୋହନା, କାଶୀନଗର, ଓ ଆର୍‌.ଉଦୟଗିରି କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଥିଲା । କରୋନା ମୁକାବିଲା ତଥା କରୋନାକୁ ଦୃଷ୍ଟିରେ ରଖି ମାସ୍କ ଓ ସାନିଟାଇଜରର ବ୍ୟାପକ ବ୍ୟବହାର ଓ ପୋଲିସ ମୁତୟନ କରାଯାଇଥିଲା । ଆୟୋଜିତ ଏହି ଲୋକ ଅଦାଲତରେ ସମୁଦାୟ ୫୩୩ ଟି କେସ ବିଚାରକୁ ନିଆଯାଇଥିବା ବେଳେ ୪୯ଟିର ତ୍ୱରିତ ସମାଧାନ କରାଯାଇ ୬,୩୫,୦୦୦ ଆଦାୟ କରାଯାଇଥିବା ସଚିବ ବ୍ୟୋମୋକେଶ ନାୟକ କହିଛନ୍ତି । ସମସ୍ତ ଜାତୀୟସ୍ତରୀୟ ବ୍ୟାଙ୍କ ମାନେ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ନିଜ ନିଜ ବ୍ୟାଙ୍କରେ ଲୋକ ଅଦାଲତ ଅନୁଷ୍ଠିତରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଓ ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ଉପସ୍ଥିତ ରହି ଲୋକ ଅଦାଲତରେ କେଶ ସମାଧାନରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାଧିକରଣର କର୍ମକର୍ତ୍ତା ରମେଶ ଚନ୍ଦ୍ର ସେଠି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ