ଗଜପତି ଜିଲ୍ଲାରେ ସାରର କଳାବଜାରି ଚାଲିଥିବା ନେଇ ଅଭିଯୋଗ ଚାଷୀକୁଳ ସାର ନ ପାଇ ହନ୍ତସନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗରୁଡ଼ ଧ୍ଵଜ ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ।ଏଠାର ମୁଖ୍ୟ ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ।ଜିଲ୍ଲାର ସାତୋଟି ବ୍ଳକ ମଧ୍ୟରୁ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଳକ ହୋଇ ଥିବା ବେଳେ ୨ ଟି ସାଧାରଣ ବ୍ଳକ ଅଟେ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ବିଭିନ୍ନ ଯୋଜନା କରିଛନ୍ତି।ଚାଷି କିପରିସ୍ୱାବଲମ୍ବୀ ହୋଇ ପାରିବ ତାର ସାମାଜିକ ଅଭିବୃଦ୍ଧି ହୋଇ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବ ପ୍ରଚେଷ୍ଟା ଜାରି ରହିଛିକିନ୍ତୁଗଜପତି ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର ଶୀଳ।ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଳକ ରେ ଅଧିକ ଧାନ ଚାଷ ହୋଇ ଥାଏ।ଗୋଶାଣି ବ୍ଳକ, କାଶୀ ନଗର ବ୍ଳକ, ଗୁମ୍ମା ବ୍ଳକ ରେ ଧାନ ଚାଷ ଅଧିକ ହୋଇ ଥାଏ।ବର୍ତ୍ତମାନ ଖରିଫ ୠତୁରେ ଧାନ ଚାଷ ଚାଲି ଥିବା ବେଳେ ଚାଷି ସାର,ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି।ଚାଷିକୁ ସାର ଚଢା ଦରରେ ବିଭିନ୍ନ ଦୋକାନ ଓ ସମବାୟ ସମିତି ଫେଟିଲାଇଜରରୁ ଚଢା ଦରରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।ସେହିପରି ସମବାୟ ସମିତିରେ ଚାଷୀ ଧାନ ମଣ୍ଡି ସକାଶେ ପଞ୍ଜିକୃତ କରିବାକୁ ଗଲେ ଚାଷି ଠାରୁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ଚାଷି ଧାନ ଉତ୍ପାଦନ କରିବା ପାଇଁ ନାନା ସମସ୍ୟା ଦେଇ ଗତି କରୁଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ବା ବିଭାଗୀୟ କର୍ତ୍ତୃପକ୍ଷ ନଜର ଦେଲେ ଚାଷି କୂଳ ଉପକୃତ ହୋଇପାରିବେ ବୋଲି ଗଜପତି ଜିଲ୍ଲାର ଚାଷୀ କୁଳ ଆଶା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ