ଗଜପତି ଜିଲ୍ଲାର ରାମଗିରି ଠାରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ଜନ ଅସନ୍ତୋଷ ବୃଦ୍ଧି
ଆର. ଉଦୟଗିରି, (ଦେବାଶିଷ କାର୍ଜୀ):ଗଜପତି ଜିଲ୍ଲା ରାମଗିରିରେ ରହିଛି ଅନେକ ସମସ୍ୟା ।ଏକଦା ଏହି ରାମଗିରି ଗ୍ରାମ ଏକ ନିର୍ବାଚନୀ ମଣ୍ଡଳୀଭାବେ ଓଡ଼ିଶାରେ ବେସ ଜଣା ଶୁଣା ଥିଲା ଏବଂ ସେହି ସମୟରେ ଅନେକ ନେତା ମନ୍ତ୍ରୀ ଏବଂ ରାଜ୍ୟର ମୁଖିଆ ମଧ୍ୟ ଉକ୍ତ ନିର୍ବାଚନୀ ମଣ୍ଡଳୀ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାଲାଗି ସମସ୍ତଙ୍କ ସୁଅ ଛୁଟୁଥିଲା କିନ୍ତୁ ସମୟ ପରିବର୍ତ୍ତନ ସାଙ୍ଗକୁ ରାଜନୀତିର ପଶାପାଲିରେ ଉକ୍ତ ରାମଗିରି ନିର୍ବାଚନ ମଣ୍ଡଳୀ ଛନ୍ଦିହୋଇ ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଗଲା ଏବଂ ବିକାଶର ଧାରା ମଧ୍ୟ ଉକ୍ତ ଅଞ୍ଚଳ ପାଇଁ ସ୍ବପ୍ନ ପାଲଟି ଗଲା ଏବଂ ଉକ୍ତ ନିର୍ବାଚନ ମଣ୍ଡଳୀ ଯିବା ପରଠାରୁ ରାମଗିରିରେ ରହିଗଲା କେବଳ ସମସ୍ୟା ସେହି ସମସ୍ୟା ମଧ୍ୟରୁ ବର୍ତ୍ତମାନର ମୂଖ୍ୟ ସମସ୍ୟା ହେଉଛି, ଇଣ୍ଟେରନେଟ୍ ସେବା । ଲୋକଙ୍କ କହିବା ଅନୁସାରେ, ବାରମ୍ବାର ଜନ ପ୍ରତିନିଧି ଓ ପ୍ରସାସନକୁ ଜଣେଇଲେ ମଧ୍ୟ ଏହାର କୈଣସି ପ୍ରତୀକାର ହୋଇନଥିବାରୁ ,ଏଥିଲାଗି ଜନ ଅସନ୍ତୋଷ ଦେଖାଦେଇଛି । ଏହି ରାମଗିରିରେ ରହିଛି ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଜ୍ଞାନ ମହାବିଦ୍ୟାଳୟ, ଓ ତାହାସହିତ ସରକାରୀ ଅନୁମତି ପ୍ରାପ୍ତ ଆଉ ଦୁଇଟି ସ୍ମାତକ ମହାବିଦ୍ୟାଳୟଏଥିରେ ଅଞ୍ଚଳର ବହୁ ଗରୀବ ଛାତ୍ରଛାତ୍ରୀ ନିର୍ଭର କରି ଶିକ୍ଷା ଲାଭ କରୁଛନ୍ତି । କରୋନା ଲାଗି ଅନଲାଇନ୍ ପାଠପଢାରେ ଇଣ୍ଟେରନଟ୍ ସମସ୍ୟା ଏହି ଅଞ୍ଚଳର ଛା୍ତ୍ରଛାତ୍ରୀ ତଥା ଅବିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ରାମଗିରି ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହେଇଥିବାରୁ ଏହାକୁ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଉକ୍ତ ଅଞ୍ଚଳବାସୀ । ସେହିପରି ରାମଗିରି ଠାରୁ ଅଳ୍ପ ଦୂରରେ ଥିବା ପରିସଲ ଗ୍ରାମରେ ମଧ୍ୟ ଏକ ଜିଓ ଟାଓ୍ବାର ଅବସ୍ଥାନ ହୋଇ ତିନିବର୍ଷ ବିତିଯାଇଥିଲେ ତାହା କାର୍ଯ୍ୟ କାରିହୋଇପାରୁନାହିଁ ଯାହାକି ଉକ୍ତ ଜିଓ ଟାୱାର ଧର୍ମକୁ ଆଖିଠାର ଦେଲାଭଳି ଦଣ୍ଡାୟମାନ ହୋଇ ରହିଛି ! ଯାହା ଫଳରେ ଉକ୍ତ ଫରସୀଲ ଅଞ୍ଚଳରେ ମଧ୍ୟ ଜନ ଅସନ୍ତୋଷ ଦେଖାଦେଇଛି । ଏହାର ଶୀଘ୍ର ସ୍ଥାୟୀ ସମାଧାନ ନହେଲେ ଆଗାମୀଦିନରେ ଜନ ଆନ୍ଦୋଳନ ଲାଗି ରାସ୍ତାକୁ ଆସିବାଲାଗି ଚେତାବନୀ ଦେଇଛଛନ୍ତି ଅଞ୍ଚଳବାସୀ ।