ଗଜପତି ଜିଲ୍ଲାର ୭୪ଜଣ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ପଦନ୍ନୋତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଗଜପତି ଜିଲ୍ଲାର ୭୪ଜଣ ଶିକ୍ଷକଙ୍କୁ ଲେବଲ୍-୩ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରିଛନ୍ତି । ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କ ମଧ୍ୟରୁ କାଶୀନଗର ବ୍ଲକରୁ ୧୩ଜଣ, ଗୁମ୍ମା ବ୍ଲକରେ ୧୨ ଜଣ, ଗୋଷାଣୀ ବ୍ଲକର ୨୨ଜଣ, ମୋହନା ବ୍ଲକର ୭ ଜଣ, ନୂଆଗଡ ବ୍ଲକର ୫ଜଣ, ରାୟଗଡ ବ୍ଲକର ୧୦ଜଣ ଓ ଆର୍.ଉଦୟଗିରି ବ୍ଲକର ୫ ଜଣଙ୍କୁ ପ୍ରଧାନ ଶିକ୍ଷକ ରୂପେ ପଦନ୍ନୋତି ପ୍ରଦାନ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷାଧିକାରୀଙ୍କ ମାଧ୍ୟମରେ ପଦନ୍ନୋତି ଆଦେଶ ପ୍ରଦାନ କରାଯାଇଥିଲା । ଅନୁରୂପ ଭାବେ କାଶୀନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକ ଶିକ୍ଷାଧିକାରୀ ଡ.ବୃଷକେତୁ ଦାଶ ବ୍ଲକର ୧୩ ଜଣ ଶିକ୍ଷକଙ୍କ ପଦୋନ୍ନତି ପତ୍ର ଏକ ଉତ୍ସବରେ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଟି.କିଶୋର କୁମାର, ସିଆର୍ସିସି ଗୋପାଳ ରାଓ, ବସନ୍ତ ମିଶ୍ର, ମୋହନ ରାଓ, ଶ୍ରୀନିବାସ ରାଓ, ରମାକାନ୍ତ ହୋତା ଓ ପଣ୍ଡିତ ସି.ଏଚ୍. ଭେଙ୍କଟରାଓ ପ୍ରମୁଖ ଯୋଗଦେଇ ପଦୋନ୍ନତିା ପାଇଥିବା ପ୍ରଧାନ ଶିକ୍ଷକ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସେହିପରି ରାୟଗଡ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୧୦ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମୋଟ ୧୧ ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରାଯାଇଛି । ତେବେ ଲାଞ୍ଜିପଦରର ଶିକ୍ଷକ ଶିବ କାର୍ଜିଙ୍କ କରୋନାରେ ମୃତ୍ୟୁ ହୋଇଥିବା ଯୋଗୁଁ ୧୦ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରାଯଇଛି । ଏହି ୧୦ଜଣ ମଧ୍ୟରେ କେ. ସୋମେଶ୍ୱର ରାଓଙ୍କୁ ଗୋଷାଣୀ ବ୍ଲକର ବାଘଶଳା ସ୍କୁଲକୁ ପଦୋନ୍ନତି ପାଇ ଯାଇଥିବାବେଳେ ଅବଶିଷ୍ଟ ୯ ଜଣ ଶିକ୍ଷକ ରାୟଗଡ ବ୍ଲକରେହିଁ ପଦୋନ୍ନତି ପାଇ ରହିବେ ବୋଲି କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଇଓ ମନରଞ୍ଜନ ସେଠୀ, ଏବିଇଓ ଏସ୍.ପାପା ରାଓ, ଧନେଶ୍ୱର କହଁର, ଉପବିଭାଗ ଅଧିକାରୀ ଉଷଦ କୁମାର ଦାସ, ବରିଷ୍ଠ ସହାୟକ ସୁମନ୍ତ କାର୍ଯୀ ପ୍ରମୁଖ ଉପସ୍ଥିତଥିଲେ ।