ଗଜପତି ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ୨୦୨୩-୨୪ ଧାନ କ୍ରୟ ମଣ୍ଡିକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପଟ୍ଟାୟକ, ଶ୍ରୀଯୁକ୍ତ ସିମାଦ୍ରୀ ଜେନା, ଜିଲ୍ଲା ଯୋଗଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା,ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ହରିହର ସେଠ୍ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ରେବତୀ ମୋହନ ରାଉତ, ସେକ୍ରେଟାରୀ, ସମବାୟ ସମିତି ପାରଳାଖେମୁଣ୍ଡି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଜିଲ୍ଳାର ୬୪ ଗୋଟି ମଣ୍ଡି କଲାଯାଇଛି ଓ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ ସମିତିରେ ୪୫ ଗୋଟି ଏବଂ ୧୯ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ଆଜି ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟୟରେ ୫ ଲକ୍ଷ ୨୯ ହାଜର କୁଣ୍ଠାଲ ଧାନ ସଂଗ୍ରହ କରିବା ପାଇଁ ଦାର୍ଯ୍ୟ ହେଇଛି। ଧାନ କ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୫୫୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କରିସାରିଲା ପରେ ଡାଇରେକ୍ଟ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ । ଧାନ କ୍ରୟ ସମୟରେ ବିଭଗର ସମସ୍ତ କର୍ମଚାରୀ ସଚେତନତା ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ୨୦୨୩-୨୪ ଖରିଫ୍ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି ଯଥା- ସାଧାରଣ ଧାନ କୁଣ୍ଠାଲ୍ ଟ-୨୧୮୩ ଟଙ୍କା ଓ ଗ୍ରେଡ ‘ଏ ‘ ଧାନ କୁଣ୍ଠାଲ୍-୨୨୦୩ ଟଙ୍କା ରଖାଯାଇଛି।ସେହିପରି ମଣ୍ଡିକୁ ଶୁଖିଲା, ସଫା ଧାନ ଆଣିବାକୁ ମଧ୍ୟ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଉପ ସହକାରୀ ନିବନ୍ଧକ ସମବାୟ ସମିତି ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ନାରାୟଣ ସେଠୀ, କୃଷକ,ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପରିଶେଷରେ ସେକ୍ରେଟାରୀ, ସମବାୟ ସମିତି ପାରଳାଖେମୁଣ୍ଡି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ