ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସଚେତନତା ଶୀବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ଠାରେ ଏକ ଅନଲାଇନ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଅଧକ୍ଷ୍ୟାତାରେ ଆୟୋଜିତ ଏହି ଅନଲାଇନ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ଉପ-ଖଣ୍ଡିୟ ବିଚାର ବିଭାଗ ଅଧିକାରୀ ଶ୍ରୀ ଚନ୍ଦ୍ରହାସ ବେହେରା, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗ ଅଧିକାରୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନିଙ୍କ ସମେତ ସମସ୍ଥ ଆଇନଜୀବି ବୃନ୍ଦ ଓ ମହାରାଜାଙ୍କ ବାଳକ ଉଛ ବିଦ୍ୟାଳୟ, ବାଳିକା ଉଛ ବିଦ୍ୟାଳୟ ଓ ମହେନ୍ଦ୍ର ଗିରିଙ୍କ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରାଧିକରଣ ତରଫରୁ ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଏତତ ବ୍ୟତୀତ ଜାତୀୟ ସବୁଜ ନ୍ୟାୟଧିକରଣ ଦେଇଥିବା ବିଭିନ୍ନ ନିର୍ଦେଶାବଳୀ ଉପରେ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ ଏହି ସଚେତନତା ଶିବିରରେ ଅଶଂ ଗ୍ରହଣ କରି ପୌରପରିଷଦ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ | ଏବଂ ପାରଳାଖେମୁଣ୍ଡି ସହରକୁ କିପରି ସ୍ୱଚ୍ଛ ରଖାଯାଇ ପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା ।ଏହି ସମସ୍ଥ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ