ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆଗଡ଼ ବିଡ଼ିଓ ଲୋକନାଥ ଶବର, ଅଧ୍ୟକ୍ଷା ମାଳତୀ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗୋଣ୍ଟୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କୁ ତ୍ୱରିତ ନ୍ୟାୟ ଏବଂ ବିଭିନ୍ନ ଯୋଜନାରେ ସାମିଲ କରିବା, ସରକାରୀ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା, ଯାହାକି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଜୁ ପକ୍କାଘର ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଉପରେ ସଚେତନତା କରା ଯାଇଥିଲା। ତାତସହ ଦିବ୍ୟାଙ୍ଗ ମାନଙ୍କ ସେମାନଙ୍କ ଅଭିଯୋଗ ଶୁଣାଣି ହୋଇ ଏଥିରେ ଦିବ୍ୟାଙ୍ଗ କେତେ ଜଣକୁ ଟ୍ରାଇ ସାଇକେଲ, ୱିଲ୍ ଚେଇର, ସିପି ଚେଇର୍, ଆଶାବାଡି, କାନ ଯନ୍ତ୍ର ଉପକରଣ ପ୍ରଦାନ କରାଯାଇଥିଲା। ଗୋଷ୍ଠି ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ପରିଚାଳନା ଏବଂ ଖଜୁରୀପଦା ଗ୍ରାମ ପଞ୍ଚାୟତ ପକ୍ଷରୁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ