ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ନିଜ ଭିତରେଥିବା ଶକ୍ତିକୁ ସୁରକ୍ଷିତ ରଖି ତାହାର ଉନ୍ନତି ଆଣନ୍ତୁ ଯଦ୍ୱାରା ଦେଶର ପ୍ରଗତିରେ ସହାୟକ ହୋଇପାରିବ କହି ସଚେତନ କରିଥିଲେ । ଅନ୍ୟତମ ଅତିଥି ରୂପେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା ଯୋଗଦେଇ ମହିଳା ମାନଙ୍କ ପାଇ ରହିଥିବା ବିଭିନ୍ନ ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ । ଅନ୍ୟପକ୍ଷରେ ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଯୋଗଦେଇ ମହିଳା ମାନଙ୍କ ପାଇଁ ରହିଥିବା ମାଗଣା ଆଇନ ସେବା ବିଷୟରେଉପସ୍ଥିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ ଏବଂ ଘରୋଇ ହିଂସା, ପୋକ୍ସ ଆଇନ, ପୀଢିତା କ୍ଷତିପୂରଣ ରାଶି ଓ ମହିଳା ମାନଙ୍କ ପାଇ ରହିଥିବା ବିଭିନ୍ନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଜାଇଥିଲେ । ଅନ୍ୟତମ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ବରିଷ୍ଠ ଦେୱାନୀ ଅଧିକାରୀ ଚନ୍ଦ୍ରାହାସ ବେହେରା, ଉପଖଣ୍ଡୀୟ ବିଚାରବିଭାଗୀୟ ଅଧିକାରୀ ବନିଲ କୁମାର ଖଟେଇ ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଅରୁଣା କୁମାରୀ ସାମଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ସୁରକ୍ଷା ଏବଂ ଅଧିକାର ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଶାଙ୍କ ଶେଖର ସାବତ, ରାଜେଶ ପାତ୍ର ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ପରିଚାଳନା କରିଥିଲେ ।


