ଗଜପତି ଜିଲ୍ଲା ଇପିଏଫ ପେନସନର୍ସ ଆସୋସିଏସନର ଜରୁରୀ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଇପିଏଫ ପେନସନର୍ସ ଆସୋସିଏସନର ଜରୁରୀ ବୈଠକ ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଇପିଏଫ ପେନସନର୍ସ ଆସୋସିଏସନ ଆହ୍ୱାନକ୍ରମେ ଗଜପତି ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଭାପତି କେ.କ୍ରିଷ୍ଣା ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟତଃ ୪ଦଫା ଦାବି ଯଥା,ସର୍ବନିମ୍ନ ମାସିକ ୯୦୦୦ଟଙ୍କା ପେନସନ,ସମସ୍ତଙ୍କୁ ଚିକିତ୍ସା ଭତ୍ତା , ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ପ୍ରଦାନ,ସାମାଜିକ ସୁରକ୍ଷା ପ୍ରଦାନ ସହ ସୁପ୍ରିମ କୋର୍ଟର ନିର୍ଦ୍ଦଶ କ୍ରମେ ସମସ୍ତ ଇପିଏଫ ପେନସନର୍ସଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଆଦି ନେଇ ଗୁରୁତ୍ୱାରୋପ କରାଯାଇଥିଲା ।ଇପିଏଫ ପେନସନର୍ସ ଆସୋସିଏସନର ଗଜପତି ଜିଲ୍ଲା ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପାତ୍ର,ଉପ ସବାପତି ଗୌରୀଶଙ୍କର ମିଶ୍ର,କୋଷାଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ସାହୁ,ସଦଶ୍ୟ ମଦନ ମୋହନ ପାତ୍ର,ପି ନରସିଂହ ପଟ୍ଟନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।


