ଗଜପତି ଜିଲ୍ଲା କଂଗ୍ରେସର ଆଇନ ପରାମର୍ଶଦାତା ଲକ୍ଷ୍ମୀକାନ୍ତ ଅଧିକାରୀଙ୍କ ପରଲୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ୱଡ ନମ୍ବର ୧୧,ଗୋପିନି ସାହି ନିବାସୀ ବଳିଷ୍ଠ ଆଇନଜୀବି ତଥା ଗଜପତି ଜିଲ୍ଲା କଂଗ୍ରେସର ଆଇନ ପରାମର୍ଶଦାତା ବଳିଷ୍ଠ ଆଇନଜୀବି,ଲକ୍ଷ୍ମୀକାନ୍ତ ଅଧିକାରୀଙ୍କ ଆଜି ଅପରାହ୍ନରେ ତାଙ୍କର ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଶେଷ ସମୟ ରେ ଦୁଇ ପୁଅ, ଝିଅ ସ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗୀୟ ଅଧିକାରୀ ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ଅତି ଆତ୍ମୀୟ ଥିଲେ। ସେ କଂଗ୍ରେସ ଦଳର ନେତାମାନଙ୍କ ପାଇଁ ସଦାସର୍ବଦା ଯେତେବେଳେ ଯେଉଁ ସମୟରେ ସୁବିଧା ଆସୁଥିବା ସମୟ ରେ ପରାମର୍ଶଦାତା ହିସାବରେ କାନ୍ଥ ଭଳିଆ ହୋଇ ଠିଆ ହେଉଥିଲା। ସ୍ୱର୍ଗୀୟ ଅଧିକାରୀ ଙ୍କ ବିୟୋଗରେ କଂଗ୍ରେସ ଦଳର ବହୁତ ବଡ କ୍ଷତି ଘଟିଛି ବୋଲି ଗଜପତି କଂଗ୍ରେସ ମହଲରେ ଏକ ସୋକରଛାୟା ଖେଳି ଯାଇଛି। ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ବିଜୟ କୁମାର ପଟ୍ଟନାୟକ ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ, ଦାସରଥି ଗମାଙ୍ଗ, ବିଧାୟକ ମୋହନା,ଜୟମହନ ରାଓ, ପ୍ରମୁଖ ଜିଲ୍ଲା କଂଗ୍ରେସର, ଛାତ୍ର କଂଗ୍ରେସ,ଯୁବ କଂଗ୍ରେସ, ମହିଳା କଂଗ୍ରେସ,ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ପକ୍ଷରୁ ଶୋକ ପ୍ରକାଶ କରିଥିବାବେଳେ ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ରଶ୍ମି ରଞ୍ଜନ ମିଶ୍ର, ଗଣେଷ ରାଜୁ, ଜଗଦୀଶ ପଣ୍ଡା, ଟୁନା ପଟ୍ଟନାୟକ, କୃଷ୍ଣ କୁମାର ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି.


