ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଜାଳି ଶୋକ ପ୍ରକାଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଥିବା ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ନିକଟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ କ୍ୟାଣ୍ଡେଲ ଜାଳି ଶୋକ ପ୍ରକାଶ କରାଯାଇଛି। ଓଡ଼ିଶା ସାରା ଜାଣିଛନ୍ତି ଯେ ଗତ ୨୦୦୬ ମସିହା ଜାନୁଆରି ୨ ତାରିଖ ଦିନ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ବିଜେଡ଼ି-ବିଜେପି ମେଣ୍ଟ ସରକାର ନିଜର ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ୧୬ ଜଣ ନିରୀହ ଆଦିବାସୀଙ୍କୁ ଟାଟା କମ୍ପାନୀ ପ୍ରିତିପାଇଁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟାକଲେ । ବିଜେପି ଏବଂ ବିଜେଡ଼ି ମେଣ୍ଟ ସରକାରର ବର୍ବରତା ସେତିକିରେ ସୀମିତ ରହିଲା ନାହିଁ । ସେମାନଙ୍କର ହାତପାପୁଲି ମଧ୍ଯ କାଟି ଦିଆଯାଇଥିଲା। ଆଦିବାସୀମାନଙ୍କ ପ୍ରତି ଉଭୟ ବିଜେଡ଼ି-ବିଜେପି ସରକାରର ଏହା ଥିଲା ଏହି ଅଦ୍ଧଶତାବ୍ଦୀର ସବୁଠାରୁ ଲୋମହର୍ଷଣକାରୀ, ବର୍ବରତାପୂର୍ଣ୍ଣ ଓ କ୍ରୁରତାର ଏକ ବଳିଷ୍ଠ ଉଦାହାରଣ ସ୍ବରୂପ । ଏହି ଘଟଣାକୁ ଆଧାର କରି ଆଜି ତଥା ତା. ୦୨.୦୧.୨୦୨୪ ରିଖ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସହରରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଥିବା ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ନିକଟରେ ମହମବତୀ ଜାଳି ମୃତକଙ୍କ ଅମର ଆତ୍ମା ଓ ତାଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସିଛି । ଯାହା କି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବାବୁଲି ମହାପାତ୍ର, ଅଭିମନ୍ୟୁ ପଣ୍ଡା,ସୁମିତ ପାତ୍ର, ସୂର୍ଯ୍ୟ ପାତ୍ର,ପ୍ରମୁଖ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ


