ଗଜପତି ଜିଲ୍ଲା କୃଷକ ସମାଜର ସଭାନେତ୍ରୀ ହେଲେ ହେମଲତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କୃଷକ ସମାଜର ସଭାନେତ୍ରୀ ଭାବେ ଏ. ହେମଲତା ମନୋନୀତ ହୋଇଥିବା ସୂଚନା ମିଳିଛି. ଓଡିଶା ରାଜ୍ୟ କୃଷକ ସମାଜ ତରଫରୁ ହେମଲତାଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି. ହେମଲତା ଗଜପତି ଜିଲ୍ଲାର ଜଣେ ଅଗ୍ରଣୀ ଚାଷୀ ଓ ଜଣେ ସମାଜସେବୀକା ଭାବେ ବେଶ ପରିଚିତ ଥିବା ଯୋଗୁଁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି. ସଭାନେତ୍ରୀ ଭାବେ ମନୋନୀତ ହେବା ପରେ ହେମଲତା କହିଛନ୍ତି ଚାଷୀ ଓ କୃଷିର ଉନ୍ନତି ପାଇଁ ସେ କାର୍ଯ୍ୟ କରିବା ସହ ଗଜପତି ଜିଲ୍ଲାରେ କୃଷି ଓ କୃଷକ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟ କାର୍ଯ୍ୟ ରହିବ. ହେମଲତା ଜିଲ୍ଲା କୃଷକ ସମାଜର ସଭାନେତ୍ରୀ ଭାବେ ମନୋନୀତ ହେବା ନେଇ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିଵା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ