ଗଜପତି ଜିଲ୍ଲା ଗସ୍ତରେ ଜାତୀୟ ମନିଟରୀ ଟିମ ଲିଡର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାକୁ ଜାତୀୟ ମନିଟରୀ ଟିମ୍ ଲିଡର ୬ଦିନିଆ ଗସ୍ତରେ ଆସି ଫେରିଥିବାର ଜଣାପଡିଛି l ଜାତୀୟ ମୋନିଟରୀ ଟିମ ଲିଡର ଡ. ଏସ.ଦୟାକର ରେଡ୍ଡୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି l ବିଶେଷ କରି ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନାରେ ହେଉଥିବା ନିର୍ମାଣ ଧିନ ପୋଖରୀ, ରୁରାଲ ହାଉସିଂ, ଜଙ୍ଗଲ ବିଭାଗ ତରଫରୁ କରାଯାଇଥିବା ବୃକ୍ଷରୋପଣ, ଚେକଡେମ, ପଥରପେଚିଂ, କାଜୁ ପ୍ଲାନଷ୍ଟେସନ ଆଦି ଏହି ସବୁ ଉନ୍ନୟନ ଯୋଜନା ଗୁଡିକ ବୁଲିଦେଖିବା ସହ ଏସ. କସରଡାସିଂ ଗ୍ରାମ ପଞ୍ଚାୟତରେ ଗସ୍ତ କରିଥିଲେ l ଏହି ପରିଦର୍ଶନ ସମୟରେ ହିତାଧିକାରୀ ମାନଙ୍କର ଜବ କାର୍ଡ, ବ୍ୟାଙ୍କ ପାସବୁକ, ମନେରେଗା କାର୍ଯ୍ୟ ସବୁ ତଦାରଖ କରିଥିଲେ l ଜାତୀୟ ମନିଟରୀ ଟିମ ଲିଡରଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ପ୍ରମୁଖଙ୍କସହ ଏପିଡି, ପଞ୍ଚାୟତ ଅଧିକାରୀ, ରୁରାଲ ହାଉସିଂ ଅଧିକାରୀ, ଗୋଷ୍ଠୀଉନ୍ନୟନ ଅଧିକାରୀ, ଏଇଇ, ଏଇ, ଏପିଓ, ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ l


