ଗଜପତି ଜିଲ୍ଲା ତାଇକୋଣ୍ଡୁ ତରଫରୁ ମାତୃ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ମା’ ଙ୍କ ପାଇଁ ଦିନଟିଏ ଯାହାକୁ ସମସ୍ତେ ମାତୃ ଦିବସ ରୂପେ ପାଳନ କରୁଛନ୍ତି । ଏହି ପରିପେକ୍ଷୀରେ ଆଜି ଗଜପତି ଜିଲ୍ଲାରେ, ଜିଲ୍ଲା ତାଇକୋଣ୍ଡୁ ଏସୋସିଏସନ ପକ୍ଷରୁ ମହାଆଡମ୍ବରରେ ମାତୃ ଦିବସ ପାରଳାଖେମୁଣ୍ଡିରେ ପାଳିତ ହୋଇଯାଇଛି । ସମରକଳା ଶିକ୍ଷା ଦେଉଥିବା ଏହି ଅନୁଷ୍ଠାନ ଓଡିଆ କଳା ସଂସ୍କୃତି ପାଇଁ ମଧ୍ୟ କାମ କରିଆସୁଛି । ତେଣୁ ତାଇକୋଣ୍ଡୁ ପ୍ରଶିକ୍ଷଣ ନେଇଥିବା ପିଲାଙ୍କ ମା ମାନଙ୍କୁ ଏକତ୍ରୀତ କରି ଏକାଠୀ ପିଲାମାଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଇବା ସହିତ, ସନ୍ତାନ ମାନେ ମା ମାନଙ୍କୁ ସାରା ଜୀବନ କିପରି ଯତ୍ନ ନେବା ଉଚିତ୍ , ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ନିଶ୍ଚିତ ଭାବେ ଆଜିକା ଦିନରେ କେହି କେହି କର୍ମ କ୍ଷେତ୍ରର ବ୍ୟସ୍ତତା ନିମନ୍ତେ ପିତା ମାତା ଙ୍କୁ ବୃଦ୍ଧ ବୟସରେ ବୃଦ୍ଧା ଆଶ୍ରମରେ ଛାଡି ଦେଉଛନ୍ତି । ତାହାକୁ ମୂଳରୁ ହଟାଇବା ପାଇଁ ଏକ ଅଭିନବ ଓ ସ୍ୱତନ୍ତ୍ର ଢଙ୍ଗରେ ତାଇକୋଣ୍ଡୁ ଏସୋସିଏସନ ମାତୃ ଦିବସ ପାଳନ କରିଥିବା ଏସୋସିଏସନ ର ସମ୍ପାଦକ ତାଙ୍କର ଅବିଭାଷଣ ରଖିଥିଲେ । ତାଇକୋଣ୍ଡୁ ପରୀକ୍ଷାର୍ଥୀ ଓ ସେମାନଙ୍କ ପିତା ମାତା ଅତ୍ୟନ୍ତ ସନ୍ତୋଷ ପ୍ରକଟ କରିବା ସହ ସମାଜ ପାଇଁ ଏହା ଏକ ସୁନ୍ଦର ଏବଂ ମହତ୍ବପୂର୍ଣ୍ଣ ବାର୍ତ୍ତା ବୋଲି କହିଛନ୍ତି । ଏହିପରି ପ୍ରେତ୍ୟକ ବର୍ଷ ଓ ସ୍କୁଲ ଟିଉସନରେ ମଧ୍ୟ ମାତୃ ଦିବସ ପାଳନ କରିବା ର ଆବଶ୍ୟକ ରହିଛି ବୋଲି ମଧ୍ୟ କହିଛନ୍ତି । ଏହି କାର୍ଯ୍ଯକ୍ରମ ରେ ମୋଟ ୭୭ଜଣ ଛାତ୍ରଛାତ୍ରୀ ଓ ତାଙ୍କର ପିତା ମାତା ପ୍ରାୟ ୧୪୦ ଜଣ ଉପସ୍ଥିତ ଥିଲେ ।